ଗତ ୨୧ ତାରିଖରେ ଖବର ସଂଗ୍ରହ କରିବାକୁ ଯାଇଥିବା ସାମ୍ବାଦିକ ଭୀମସେନ ସେଠୀ ଙ୍କୁ ଏସ୍ ପି ଅଫିସରେ କାର୍ଯ୍ୟରତ ମହିଳା କନେଷ୍ଟବଳ ସର୍ବ ସମ୍ମୁଖରେ ମାଡ ମାରିଥିବା ଘଟଣା ସମ୍ପୂର୍ଣ୍ଣ ଗଣମାଧ୍ୟମରେ ଚଞ୍ଚଲ୍ୟ ସୃଷ୍ଟି କରିଥିଲା। ଏ ନେଇ କେନ୍ଦ୍ରାପଡ଼ା ସାମ୍ବାଦିକମାନେ ଜିଲ୍ଲାପାଳ ଅଫିସ ଘେରଉ କରିବା ସହିତ ଅନେକ ସ୍ଥାନରେ ସଂମ୍ବାଦିକମାନେ ଧାରଣା ଦେଇଥିବା ଦେଖିବାକୁ ମିଳିଥିଲା । କିନ୍ତୁ ଏନେଇ ଏଯାଏ କୌଣସି ପଦକ୍ଷେପ ନିଆ ଯାଇ ନଥିବାରୁ ସାମ୍ବାଦିକ ମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି । ଏହାକୁ ବିରୋଧ କରି ଭାରତୀୟ ମାନବାଧିକାର ପରିଷଦ ପକ୍ଷରୁ ଜିଲ୍ଲା ସଭାପତି ନିରଞ୍ଜନ ପରିଡ଼ା ଙ୍କ ଅଧ୍ୟକ୍ଷତାରେ ଏକ ପ୍ରେସମିଟ୍ ଡକାଯାଇ ଥିଲା । ପ୍ରେସମିଟରେ ଭାରତୀୟ ମାନବାଧିକାର ପରିଷଦର ରାଜ୍ୟ ମାନବାଧିକାର ପରିଷଦ ସଭାପତି ପୁର୍ଣ୍ଣଚନ୍ଦ୍ର ସାହୁ ଓ ଜାତୀୟ ସଂପାଦକ ଚିତ୍ତରଞ୍ଜନ ତରାଇ ଏବଂ କେନ୍ଦ୍ରାପଡା ଜିଲ୍ଲା ସଂପାଦକ ଧନେଶ୍ୱର ପଟ୍ଟନାୟକ ଉପସ୍ଥିତ ଥିଲେ । ତେବେ ଦାବି ଅନୁଯାୟୀ ଆଗାମୀ ୪୮ ଘଣ୍ଟା ଭିତରେ ଯଦି ଦୃଢ କାର୍ଯ୍ୟାନୁଷ୍ଠାନ ଜିଲ୍ଲା ପ୍ରଶାସନ ନ ନିଏ ତେବେ ୨୦୦ରୁ ୩୦୦ ମହିଳା ଓ ପୁରୁଷ ଙ୍କୁ ନେଇ ଭାରତୀୟ ମାନବାଧିକାର ପରିଷଦ ଜିଲ୍ଲାପାଳ ଙ୍କ ଅଫିସ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିବ ବୋଲି କେନ୍ଦ୍ରାପଡା ଜିଲ୍ଲା ପ୍ରଶାସନ କୁ ଚେତାବନୀ ଦେଇଛନ୍ତି ପରିଷଦ ର ସଦସ୍ୟ ।
#kendrapada #NNSODIA