କେନ୍ଦ୍ରାପଡ଼ା ଜିଲ୍ଲାର କରିଲୋ ପାଟଣା ଗ୍ରାମ ପଞ୍ଚାୟତ ର ଆଠ ନମ୍ବର ୱାର୍ଡ ର ଅନାମ ପାତ୍ର ବୟସ ସତୁରି । ଆଜିକୁ ପ୍ରାୟ ୧୫ ବର୍ଷ ବିତିଗଲେ ମଧ୍ୟ କରିଲୋ ପାଟଣା ଗ୍ରାମ ପଂଚାୟତ ରୁ ଏ ପର୍ଯ୍ୟନ୍ତ ଅନାମ ପାତ୍ର ଙ୍କୁ ଘର ବଖରାଏ ମିଳିପାରିଲାନାହିଁ l ଅନାମ ପାତ୍ର ଘର ପାଇଁ ଦରଖାସ୍ତ ମଧ୍ୟ ଦେଇଥିଲେ । କିନ୍ତୁ ବର୍ତମାନ ଅନାମ ପାତ୍ର ଘର ଉପରେ ପଲିଥିନ ପକାଇ ଚଳୁଥିବା ଦେଖିବାକୁ ମିଳିଛି l ଘରର କାନ୍ଥ ମଧ୍ୟ ନାହିଁ । ବାଉଁଶ କଣି ରେ କାନ୍ଥ ତିଆରି ହୋଇଛି l ଏମିତି ବି ରାସନ କାର୍ଡ ଥାଇ ମଧ୍ୟ ଡିଲର ଚାଉଳ ଦେଉନି ଯାହାଫଳରେ ଅନାମ ପାତ୍ର ଙ୍କ ସ୍ତ୍ରୀ ଓ ବଡ ପୁଅ ଜନ୍ମଜୟ ପାତ୍ର ଏବଂ ଝିଅ ସନ୍ତୋଷୀ ପାତ୍ର ଦୁଇ ନାତୁଣୀଙ୍କୁ ନେଇ ବହୁ କଷ୍ଟ ରେ ଭୋକ ଉପାସରେ ଦିନ କାଟୁଛନ୍ତି । ସେପଟେ କରୋନା ମହାମାରି ପାଇଁ କାମ ଧନ୍ଦା ନଥିବାରୁ ତାଙ୍କ ଦୁଃଖ କହିଲେ ନସରେ । ଦେଖିବାକୁ ଗଲେ ଏହି ପରିବାର ପ୍ରତ୍ୟେକ ମାସ ଏଠି ରାସନ ରୁ ବଞ୍ଚିତ ହୁଅନ୍ତି l ଏନେଇ କରିଲୋ ପାଟଣା ସରପଞ୍ଚ ଏବଂ ମାର୍ଶାଘାଇ ବିଡ଼ିଓଙ୍କ ନିକଟରେ ଅଭିଯୋଗ କଲେ ମଧ୍ୟ କେହି ଶୁଣନ୍ତି ନାହିଁ l ବର୍ଷା ହେଲେ ଘରେ ଆଣ୍ଠୁଏ ପାଣି l କହିବାକୁ ଗଲେ କରିଲୋ ପାଟଣା ଗ୍ରାମପଞ୍ଚାୟତ ଚାଲିଛି ଘୋଟଲା l ଯେଉଁ ଲୋକର ଦୁଇ ତାଲା କୋଠା ଅଛି ତାକୁ ମିଳୁଛି ପ୍ରଧାନ ମନ୍ତ୍ରୀ ଆବାସ କାରଣ ଯିଏ କୋଡିଏ ହଜାର ଟଙ୍କା ଦେଲା ସିଏ ପାଇଲା ଘର l ଏଠି ଗରିବ ଙ୍କୁ ପଚାରେ କିଏ । ଆଗରୁ ସରପଞ୍ଚ ଙ୍କ ନାଁରେ କିଛି ଗ୍ରାମବାସୀ ଏହି ଇନ୍ଦିରା ଆବାସ ଘୋଟଲା କୁ ନେଇ ଅଭିଯୋଗ ବି କରିଛନ୍ତି । ଏଠି କାଦୁଅ ପାଣିରେ କେତେଦିନ ବସ ବାସ କରିବେ ଗରିବ ଲୋକେ । ସରକାରଙ୍କର କଣ ନିଦ ଭାଙ୍ଗୁନି ସତେଯେପରି ନିଜ ପକେଟ ରୁ ଗଲା ଭଳି ମନେ ହେଉଛି…? ଗରିବ ବାସହୀନ ଲୋକଙ୍କ ପାଇଁ ସରକାର ଏତେ ଯୋଜନା ପରେ ଯୋଜନା କରୁଥିବା ବେଳେ ଏହି ଗରିବ ଲୋକଟି ପାଇଁ ଏସବୁ ଯୋଜନା ବାଟ ମାରଣାପରି ଲାଗୁଛି । ଏ ଘଟଣା ଖାଲି କେନ୍ଦ୍ରାପଡ଼ା ରେ ନୁହେଁ ଏମିତି ଅନେକ ବାସହୀନ ଗରିବ ଲୋକେ ସାରା ଓଡିଶା ରେ ସବୁ ଜିଲ୍ଳାରେ ଲୁକ୍କାୟିତହୋଇ ଶୋଷଣ ର ଶିକାର ହଉଛନ୍ତି । ଏକ ସତ୍ୟ ଓ ନୀରବଛିନ୍ନ ଗଣମାଧ୍ୟମ ହିସାବରେ ଆମେ ଏପରି ଖବର ପ୍ରସାରଣ କରିବା ଓ ପ୍ରଶାସନ ର ଦୁଷ୍ଟି କୁ ଆଣିବା ଆମର ଲକ୍ଷ୍ୟ ଓ ଦାୟିତ୍ୱ । ଏଥି ପାଇଁ ଆମ ଏନଏନଏସ ଟିମ ସର୍ବଦା ଆଗରେ ରହିଛି ।
#kendrapada #NNSODIA