ଗତ ଦୁଇ ଦିନ ପୂର୍ବରୁ ଶ୍ୟାମସୁନ୍ଦର ପୁର ଗ୍ରାମ ପଞ୍ଚାୟତ ର ମଡରପୁର ଗ୍ରାମ ରେ ଘଟିଯାଇଥିବା ପପୁ ମଳିକ ମଡ଼ର୍ର ଘଟଣାରେ ପୋଲିସର ବେପରୁଆ ଭାବକୁ ନେଇ ଜନ ଅସନ୍ତୋଷ ଦେଖାଦେଇଛି । ଘଟଣା ଘଟିଥିବା ସ୍ଥଳରୁ କେନ୍ଦ୍ରାପଡ଼ା ସଦର ଥାନା ମାତ୍ର ଏକ କିଲୋମିଟର ଦୂରରେ ଅବସ୍ଥିତ ହୋଇଥିଲେ ମଧ୍ୟ ପୋଲିସ ପ୍ରଶାସନ ଏ ସମ୍ପର୍କରେ କୋୖଣସି ତନାଘନା ବା ଦୃଷ୍ଟାନ୍ତ ମୂଳକ ପଦକ୍ଷେପ ଗ୍ରହଣ କରିନଥିବା ସୂଚନା ମିଳିଛି। ପୋଲିସ ର ଏଭଳି କାର୍ଯ୍ୟ କଳାପ କୁ ଏଆଇସିସି ସଦସ୍ୟ ଶ୍ରୀଯୁକ୍ତ ହଳଧର ସେଠୀ ସମାଲୋଚନା କରିଛନ୍ତି । ପ୍ରକାଶ ଥାଉକି କେନ୍ଦ୍ରାପଡ଼ା ବ୍ଲକ ଗୁଲନଗର ଗ୍ରାମ ପଞ୍ଚାୟତ ର ରାମନଗର ଗ୍ରାମରେ ଜଣେ ଜଣାଶୁଣା ଏବଂ ପ୍ରତିଷ୍ଠିତ ବ୍ୟକ୍ତି ଥିଲେ ଶ୍ରୀ ବିବେକାନନ୍ଦ ମହାରଣା ( ବାବୁଲି ଭାଇ) । ଯିଏକି ଜିଲ୍ଲା ଧର୍ମ ରକ୍ଷା ସେନା ର ମୁଖ୍ୟ ଏବଂ ତିନିମୁହାଣି ରାମ ମନ୍ଦିର ଓ ଉକ୍ତ ବଜାର କମିଟିର ସଭାପତି ମଧ୍ଯ ଥିଲେ । ଦୁଇ ଦିନ ତଳେ ଦୂର୍ବୁତ ମାନେ ତାଙ୍କ ଟ୍ରାକ୍ଟର ସୋ ରୁମରେ ପସି ବନ୍ଧୁକ ରେ ଆକ୍ରମଣ କରି ଚାଲିଯାଇଥିଲେ। ହେଲେ ପୋଲିସ ଏଯାଏ କୌଣସି ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନଥିବା ସାଧାରଣ ରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଏନେଇ ଶ୍ରୀଯୁକ୍ତ ହଳଧର ସେଠି ଉକ୍ତ ପରିବାର ବର୍ଗଙ୍କୁ ଭେଟି ଆଲୋଚନା କରିଛନ୍ତି ।
#Kendrapada #Odisha #NNSODIA
https://youtu.be/dli7Gg_6F40