ବଲିଉଡ ଚଳଚ୍ଚିତ୍ର ‘ଦ କାଶ୍ମୀର ଫାଇଲ୍ସ’ ଏବେ ବେଶ ଚର୍ଚ୍ଚାରେ | ଫିଲ୍ମକୁ ନେଇ ସକାରାତ୍ମକ ପ୍ରତିକ୍ରିୟା ଦେଖିବାକୁ ମିଳୁଛି | କିନ୍ତୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଫିଲ୍ମକୁ ବେଶ ପ୍ରଶଂସା କରିଛନ୍ତି । ବିଜେପି ସଂସଦୀୟ ଦଳର ବୈଠକରେ ମୋଦି ‘ଦ କାଶ୍ମୀର ଫାଇଲ୍ସ’ ଉପରେ ଚର୍ଚ୍ଚା କରିଥିବା ଦେଖିବାକୁ ମିଳିଥିଲା। ପିଏମ ମୋଦି କହିଛନ୍ତି, ଏଭଳି ଚଳଚ୍ଚିତ୍ର ନିର୍ମାଣ କରାଯିବା ଦରକାର | କାରଣ କାଶ୍ମୀରର ସତ୍ୟତାକୁ ଲୋକଙ୍କ ସାମ୍ନାକୁ ଆଣିଛି ଏହି ସିନେମା । ଏହି ଚଳଚ୍ଚିତ୍ରକୁ ସମସ୍ତେ ଦେଖିବା ଉଚିତ |
ପ୍ରଧାନମନ୍ତ୍ରୀ କହିଛନ୍ତି ଯେଉଁ ସତ୍ୟକୁ ଦୀର୍ଘ ସମୟ ଧରି ଲୁଚାଇବାକୁ ଚେଷ୍ଟା କରାଯାଇଥିଲା, ନିର୍ଦେଶକ ବିବେକ ଅଗ୍ନିହୋତ୍ରୀ ଚଳଚ୍ଚିତ୍ର ମାଧ୍ୟମରେ ତାକୁ ସାମ୍ନାକୁ ଆଣିଛନ୍ତି । ଯେଉଁମାନେ ସତ୍ୟକୁ ଲୁଚାଇବାକୁ ଚେଷ୍ଟା କରିଥିଲେ ସେମାନେ ଆଜି ଏହି ଫିଲ୍ମକୁ କରୁଛନ୍ତି ବିରୋଧ । ଏହି ସମୟରେ ମୋଦୀ ଜାମନଗରର ରାଜାଙ୍କ ବିଷୟରେ ମଧ୍ୟ ଚର୍ଚ୍ଚା କରିଥିଲେ । ସେ କହିଥିଲେ ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ଜାମନଗରର ରାଜା ପୋଲାଣ୍ଡବାସୀଙ୍କୁ ଆଶ୍ରୟ ଦେଇଥିଲେ। ଏହାର ଫଳ ସ୍ୱରୂପ, ଆଜି ପୋଲାଣ୍ଡ ୟୁକ୍ରେନରୁ ଭାରତକୁ ଫେରୁଥିବା ବେଳେ ଆମର ଛାତ୍ରମାନଙ୍କୁ ସାହାଯ୍ୟ କରି ତାର ଋଣ ସୁଝାଇବାକୁ ଚେଷ୍ଟା କରିଥିଲା |
ସୂଚନା ଥାଉକି, କାଶ୍ମୀର ପଣ୍ଡିତଙ୍କ ଦେଶ ଛାଡିବାର ଦୁଃଖର କାହାଣୀକୁ ଏହି ମୁଭିରେ ଅତି ସୁନ୍ଦର ଭାବେ କରାଯାଇଛି ବର୍ଣ୍ଣନା । ୧୧ ତାରିଖରେ ଫିଲ୍ମ ରିଲିଜ୍ ହେବା ପରେ ଦର୍ଶକଙ୍କ ବେଶ ଆଦୃତି ଲାଭ କରିଛି ଏହି ଫିଲ୍ମ |‘ଦ କାଶ୍ମୀର ଫାଇଲ୍ସ’ ଏକ ସତ କାହାଣୀ ଉପରେ ଆଧାରିତ| ଯାହାକି କାଶ୍ମୀରୀ ପଣ୍ଡିତ ସମ୍ପ୍ରଦାୟର ନରସଂହାର ବିଷୟରେ ବର୍ଣ୍ଣନା କରିଥାଏ | ଆତଙ୍କବାଦୀମାନେ ସେମାନଙ୍କୁ ନିଜ ଘରୁ ପଳାଇବାକୁ ବାଧ୍ୟ କରିଥିଲେ। ଏହା କାଶ୍ମୀରୀ ପଣ୍ଡିତମାନଙ୍କ ଯନ୍ତ୍ରଣା, ପୀଡା, ସଂଘର୍ଷ ଏବଂ ଆଘାତର ଏକ ହୃଦୟ ବିଦାରକ କାହାଣୀ |