କୁଶୁମାଟି ଛଣଘର ମୌଜା ରେ ଥିବା କାଜୁ ଜଙ୍ଗଲକୁ ନଷ୍ଟ କରିବା ପାଇଁ ଯୋଜନା କରାଯାଉଥିବା ଅଭିଯୋଗ ଆସିଛି । ସୂଚନ ମୁତାବକ ଜଟଣୀ ବ୍ଲକ କୁଶୁମାଟି ଛଣଘର ମୌଜା ରେ ଥିବା ପ୍ରାୟ ୪୦ ରୁ ୫୦ ଏକର ଜାଗା ଜବରଦଖଲ ରେ ରହିଥିଲା । କିନ୍ତୁ ପରବର୍ତ୍ତୀ ସମୟରେ ଛଣଘର ଗ୍ରାମ ପଞ୍ଚାୟତ ସରପଞ୍ଚ ସୁନୀଲ ରାଉତରାୟ ,ଓଡିଶା ସରକାରଙ୍କ ମୂର୍ତ୍ତୀକା ସଂରକ୍ଷଣ ବିଭାଗ ଏବଂ ମାନ୍ୟବର ବିଧାୟକ ଶ୍ରୀ ସୁରେଶ କୁମାର ରାଉତରାୟ ସହାୟତାରେ ସେହି ଜାଗାକୁ କାଜୁ ଜଙ୍ଗଲରେ ପରିଣତ କରାଯାଇଥିଲା I କିନ୍ତୁ କିଛି ଦୃବର୍ତ୍ତ ସେହି କାଜୁ ଜଙ୍ଗଲ କୁ ନଷ୍ଟ କରିବା ପାଇଁ ବାଡ଼ ଭାଙ୍ଗିବାର ଅଭିଯୋଗ ଆଣିଛନ୍ତି, ଛଣଘର ଗ୍ରାମପଞ୍ଚାୟତ ର ସରପଞ୍ଚ ସୁନୀଲ ରାଉତରାୟ I ଆସନ୍ତୁ ଦେଖିବା କଣ କହୁଛନ୍ତି ସରପଞ୍ଚ?
#NNSODIA