ଆକାଶରେ ଭସା ବାଦଲର ଛାଇ ତଳେ ନାଚି ନାଚି, ଶରତ ଋତୁ ସାଙ୍ଗରେ, ଦଶଭୁଜା ମା ଦୁର୍ଗା ଙ୍କୁ ଆମନ୍ତ୍ରଣ କରୁଛି ଧରିତ୍ରୀ ମା ର ଧବଳ ସୁନ୍ଦରୀ କାଶତଣ୍ଡି ରାଣୀ l କୁହାଯାଏ ଯେପରି ଜଗନ୍ନାଥ ପହଣ୍ଡି ବିଜେରେ ବାହାରିବା ସମୟରେ ଆଲଟ ଚାମର ସେବା କରାଯାଏ ସେମିତି କାଶତଣ୍ଡୀ ଫୁଲ ସବୁ ଶରତ ଋତୁ ର ସୁଲୁସୁଲିଆ ସମୀର ସହ ଦୋଳି ଖେଳି ମା ଦୁର୍ଗାଙ୍କୁ ସ୍ୱାଗତ କରିଥାନ୍ତି l କାଶତଣ୍ଡୀ ଫୁଲ ପ୍ରକୃତି ର ଏକ ବିଚିତ୍ର ସୃଷ୍ଟି l ଶରତ ଆସିଲେ ରାସ୍ତା କଡ଼ ନଈ ପଠା ସବୁଠି ଦେଖିବାକୁ ମିଳିଥାଏ କାଶତଣ୍ଡୀ ର ସମ୍ଭାର l କୁହାଯାଏ କାଶତଣ୍ଡୀ ଫୁଲର ଚାମର ସ୍ପର୍ଶ ରେ ଧରାବତରଣ କରନ୍ତି ମା ଦଶଭୁଜା ଦୁର୍ଗା l ମା ଙ୍କ ଆଗମନ ରେ ଧୋବ ଫର ଫର ଚାଦର ରେ ଧରଣୀ ର ଶୋଭା ମଣ୍ଡନ କରୁଥିବା କାଶତଣ୍ଡୀ କୁ ଦେଖିଲେ କବି ମନ ମଧ୍ୟ ଉତୁ୍ଫୁଲିତ ହୋଇଉଠେ ଏବଂ କବି ଲେଖନୀ ରୁ ଆପେ ଆପେ ଝରି ପଡେ ଅନେକ ଗୁଡିଏ କବିତା । ଢେଙ୍କାନାଳ ଜିଲ୍ଲା ନିଙ୍ଗିରା ନଈ ମୁହାଣରେ ବେଶ ଖିଲି ଖିଲି ହୋଇ ବଢ଼ି ଥାଏ ଏହି କାଶତଣ୍ଡି ଫୁଲ | କେବଳ ରାସ୍ତା କଡ଼ ନୁହେଁ ଦୂର ଦିଗି୍ବଳୟ ଯାଏ ଲମ୍ବିଛି ସୌନ୍ଦର୍ଯ୍ୟ ର ପ୍ରତୀକ ଏହି କାଶତଣ୍ଡୀ l ଏ ଫୁଲ ଓଡ଼ିଆ ସଂସ୍କୃତି ସହ ମଧ୍ୟ ଅଙ୍ଗାଅଙ୍ଗୀ ଭାବେ ଜଡିତ, ରେଖାପଞ୍ଚମୀ ରେ କାଶତଣ୍ଡୀ ଫୁଲ ର ବେଣୀ ଘର କବାଟରେ ବାନ୍ଧି ପୂଜା କରାଯାଏ ଆଉ କାଶତଣ୍ଡୀର ବେଳାୟିତ ଚାମର ରେ ମା ଦୁର୍ଗା ଧରାବତରଣ କରନ୍ତି l ଶରତ ଋତୁ ର ଆବିର୍ଭାବ ଠାରୁ ଆରମ୍ଭ କରି ଶାରଦୀୟ ଦୁର୍ଗା ପୂଜାର ପ୍ରତୀକ କାଶତଣ୍ଡୀ ଫୁଲ ନିଜର ସୌନ୍ଦର୍ଯ୍ୟ ସୁନାମିକରଣ କରିଥାଏ l
#kashtandiFlower #NNSODIA