ଏନଏନଏସ୍: କର୍ଣ୍ଣାଟକରେ କ୍ଷମତା ପରିବର୍ତ୍ତନ ଭିତରେ ନୂଆ ସିବିଆଇ ନିର୍ଦ୍ଦେଶକ ଭାବେ ନିଯୁକ୍ତ ହେଲେ କର୍ଣ୍ଣାଟକ ଡିଜିପି । ପ୍ରଧାନମନ୍ତ୍ରୀ, ସିଜେଆଇ ଓ ବିରୋଧୀ ଦଳ ନେତାଙ୍କ ବୈଠକରେ ନିଆଗଲା ନିଷ୍ପତ୍ତି । ଆଗାମୀ ୨ ବର୍ଷ ପାଇଁ କାର୍ୟ୍ୟଭାର ସମ୍ଭାଳିବେ ପ୍ରବୀଣ ସୁଦ୍ ।
କର୍ଣ୍ଣାଟକରେ କଂଗ୍ରେସ ସରକାରକୁ ଆସିଲେ କାର୍ୟ୍ୟାନୁଷ୍ଠାନ ନିଆଯିବ ବୋଲି ଚେତାବନୀ ଦେଇଥିଲେ ଡି କେ ଶିବକୁମାର । ବିଜେପିର ଏଜେଟଂ ଭାବେ ପ୍ରବୀଣ କାମ କରୁଥିବା ଅଭିଯୋଗ ଆଣିଛନ୍ତି ଶିବକୁମାର । ସିବିଆଇ ନିର୍ଦ୍ଦେଶକ ଦୌଡ଼ରେ ପ୍ରବୀଣ ସୁଦ୍ ଙ୍କ ସମେତ ମଧ୍ୟପ୍ରଦେଶ ପୁଲିସ ମହାନିର୍ଦ୍ଦେଶକ ସୁଧୀର ସକ୍ସେନା ଏବଂ ତାଜ୍ ହାସନ ରହିଥିଲେ ।ସୂଚନାଯୋଗ୍ୟ ବର୍ତ୍ତମାନର ସିବିଆଇ ନିର୍ଦ୍ଦେଶକ ସୁବୋଧ କୁମାର ଜୈସ୍ବାଲଙ୍କ କାର୍ୟ୍ୟକାଳ ଚଳିତମାସ ୨୫ ତାରିଖରେ ଶେଷ ହେବ । ଏହା ପରେ ସୁଦ୍ ଏହି ପଦବୀର ଦାୟିତ୍ୱ ଭାର ବହନ କରିବେ ।