ମାଆକୁ କଟୁରିରେ ହାଣି ହତ୍ୟା କଲା ପୁଅ । ବିଡାନାସୀ ଥାନା କନିକା ଛକରେ ଘଟିଛି ଏହି ଲୋମ ହର୍ଷଣକାରି ହତ୍ୟାକାଣ୍ଡ । ମୃତକ କନିକା ରାଜାଙ୍କ ନାତୁଣୀବୋହୂ ପରେଶ କୁମାରୀ ଭଞ୍ଜଦେଓ ବୋଲି ଜଣାପଡିଛି । ଅନ୍ୟପକ୍ଷରେ ଖବରପାଇ ପୋଲିସ ଘଟଣସ୍ଥଳରେ ପହଞ୍ଚିଛି | ଅଭିଯୁକ୍ତ ପୁଅକୁ ଅଟକ ରଖି ପଚରାଉଚରା କରିବା ସହ ତଦନ୍ତ ଆରମ୍ଭ କରିଛି। ସୂଚନା ଅନୁଯାୟୀ , ଅଭିଯୁକ୍ତ ପୁଅର ମାନସିକ ଅବସ୍ଥା ଠିକ୍ ନଥିଲା। ସବୁବେଳେ ସେ ମାଙ୍କ ସହ ଝଗଡ଼ା କରୁଥିଲା । ଆଜି ସକାଳେ ମଧ୍ୟ ଝଗଡ଼ା ହୋଇଥିଲା, ଯେଉଁଥିରେ ଉତ୍ତ୍ୟକ୍ତ ହୋଇ ପୁଅ ମାକୁ କଟୁରିରେ ହାଣି ହତ୍ୟା କରିଥିବା ପୋଲିସ କହିଛି । ପୋଲିସ ତଦନ୍ତ ଜାରି ରଖିଛି। ଅଭିଯୁକ୍ତ ହଠାତ ଉତ୍ୟକ୍ତ ହୋଇ ନିଜ ମାକୁ ହତ୍ୟା କରିବାର କାରଣ କଣ ହୋଇଥାଇପାରେ ସେ ନେଇ ପୋଲିସ ତଦନ୍ତକୁ ଆହୁରି ତ୍ବରାନିତ କରୁଛି ବୋଲି ଡିସିପି କହିଛନ୍ତି।