ପୁଲିସକୁ ଆକ୍ରମଣ କରି ଫେରାର ଥିବା ଦୁର୍ଦ୍ଦାନ୍ତ ଅପରାଧୀ କାଳିଆ କୁ ଉଠାଇ ନେଲା ପୁଲିସ ।
ଜଗତସିଂହପୁର ଜିଲ୍ଲା ଅନ୍ତର୍ଗତ ଓଷକଣା ପଞ୍ଚାୟତ ଠାରେ ବିଜେଡ଼ି ତରଫରୁ ଏକ କର୍ମୀ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା । ଉକ୍ତ ସମିଳନୀରେ କେତେକ ବ୍ୟକ୍ତି ନୁତନ ଭାବରେ ବିଜେଡିରେ ଯୋଗଦାନ କରିଥିଲେ । ତେବେ ଉକ୍ତ ଘଟଣାକୁ କେନ୍ଦ୍ରକରି ଓଷକଣା ଗ୍ରାମର ନରେଶ ସ୍ବାଇଁ ନାମକ ଯୁବକ କାକଟ ପୁର ଥାନା ଅନ୍ତର୍ଗତ ପାଟସୁନ୍ଦରପୁର ପଜ୍ଞାୟତ ଭଣ୍ତିସାହି ଗ୍ରାମର ତ୍ରିଲୋଚନ ସ୍ବାଇଁ ଙ୍କ ପୁଅ ଭବାନି ସ୍ବାଇଁ ସେହି ବାଟ ଦେଇ ଆସୁଥିବା ସମୟରେ ତାକୁ ବାଟରେ ଅଟକାଇ ଦଳୀୟ କାମରେ ବାଧା ସୃଷ୍ଟି କରୁଛୁ କହି ତାକୁ ମରଣାନ୍ତକ ଆକ୍ରମଣ କରିଥିବା ।ଭବାନୀ କାକଟ ପୁର ଥାନାରେ ଲିଖିତ ଅଭିଯୋଗ କରିଥିଲେ ।
ପ୍ରକାଶ ଥାଉକି ନରେଶ ସ୍ବାଇଁ ୨୦୨୦ ମସିହା ଅଗଷ୍ଟ ୨୪ତାରିଖ ରାତି ସାଢେ ୧୧ ଟା ସମୟରେ ଭଣ୍ଡିସାହିର ଏକ ଜୁଆ ଆଡ୍ଡା ଉପରେ ଚଢ଼ାଉ ସମୟରେ ଘଟଣା ସ୍ଥଳରୁ ନରେଶ ପୁଲିସି ଠାରୁ ତାଙ୍କ ସର୍ଭିସ୍ ବନ୍ଧୁକ ଛଡାଇ ନେବା ସହିତ ପୁଲିସ ଉପରେ ମରଣାନ୍ତକ ଆକ୍ରମଣ କରିଥିଲା । ଯାହାଦ୍ୱାରା ଦୁଇଜଣ ପୁଲିସ କର୍ମଚାରୀଙ୍କୁ ଗୁରୁତର ଅବସ୍ଥାରେ କଟକ ଡାକ୍ତରଖାନାରେ ଭର୍ତ୍ତି ହେବାକୁ ପଡିଥିଲା । ଘଟଣା ସ୍ଥଳରୁ ନରେଶ ଫେରାର ହେଇଥିବା ବେଳେ ପୁଲିସ ତାର ସୁରାଗ ନ ପାଇଆରୁ ମାନ୍ୟବର ନ୍ୟାୟାଳୟ ପକ୍ଷରୁ ତାକୁ ପଳାତକ ମଧ୍ଯ ଘୋଷଣା କରାଯାଇଥିଲା ।ତେବେ ଭବାନୀ କ ଅଭିଯୋଗ କୁ ଭିତ୍ତି କରି କାକଟ ପୁର ପୁଲିସ ଏକ ଟିମି ଗଠନ କରି ମୁଖ୍ୟ ଅଭିଯୁକ୍ତ ନରେଶ କୁ ଧରି ତା ନିକଟରୁ ଏକ ୯ ଏମ୍ ଏମ୍ ପିସ୍ତଲ ଜବତ କରିଛି । ଏସମ୍ପର୍କରେ କାକଟ ପୁର ଥାନାରେ ଦଫା ୩୪୧, ୨୯୪ ,୩୨୩, ୨୩୫,୫୦୬ ୩୦୭,୩୪,ଆଇପିସିରେ ୨୩୪/୨୧ ନମ୍ବରରେ ଏକ ମୋକଦମା ରୁଜୁ କରାଯାଇ ଅଭିଯୁକ୍ତ ନରେଶକୁ କୋର୍ଟଚାଲାଣ କରାଯାଇଛି । ଜଗତସିଂହପୁର ରୁ ଆଲୋକ କୁମାର ଶିଶୁ ଙ୍କ ରିପୋର୍ଟ