ମାଡ଼ି ଆସିଲା କାଳବୈଶାଖୀ। ଆଉ କ୍ଷଣକ ଭିତରେ ରଚିଲା ତାଣ୍ଡବ | ଉଡିଗଲା ଘର ଛପର। ଉପୁଡି ପଡିଲା ବଡ଼ ବଡ଼ ଗଛ | ଅଳ୍ପକେ ବର୍ତ୍ତିଗଲା ଲୋକଙ୍କ ଜୀବନ। ଗତକାଲି ଅପରାହ୍ନରେ କାଳ ବୈଶାଖୀ କରାଳ ରୂପ ଦେଖିବାକୁ ମିଳିଛି ମାଲକାନଗିରି ଜିଲ୍ଲାରେ ସଦର ମହକୁମାରେ | ଅଚାନକ ଝଡ଼ ତୋଫାନ ଯୋଗୁ ଗ୍ରାମବାସୀଙ୍କ ମନରେ ସୃଷ୍ଟି ହୋଇଥିଲା କୋକୁଆ ଭୟ l
କାଳବୈଶାଖୀ ପ୍ରଭାବରେ ଜିଲ୍ଲାରେ ବ୍ୟାପକ କ୍ଷୟକ୍ଷତି ହୋଇଛି । ଆକାଶରେ ଘୋଟି ଆସିଥିଲା କଳାହାଣ୍ଡିଆ ମେଘ। ପରେ ପ୍ରବଳ ବେଗରେ ପବନ ବୋହିବା ସହିତ ବର୍ଷା ହୋଇଥିଲା। ଗ୍ରାମର ବହୁ ଲୋକଙ୍କ ଚାଳ ଛପର ଓ ଆଜବେଷ୍ଟସ ଉଡାଇ ନେଇଛି | କେତେକ ସ୍ଥାନରେ ବଡ଼ ବଡ଼ ଗଛ ଭାଙ୍ଗି ଘର ଉପରେ ପଡି ଯାଇଛି | ଏହାସହ ମେଡ଼ିକାଲ ପରିସରରେ ଥିବା ଏକ ଭାଙ୍ଗି ଚିକିତ୍ସାଳୟର ତୃତୀୟ ମହଲାରେ ପଡିଥିଲା | ଫଳରେ କବାଟର କାଚ ଭାଙ୍ଗିଯିବା ପରେ କାଚଖଣ୍ଡ ଜଣେ ଯୁବକଙ୍କ ଉପରେ ପଡିବାରୁ ସେ ଆହତ ହୋଇଛନ୍ତି । କାଳବୈଶାଖୀ ପ୍ରଭାବରେ ଅନେକ ସମୟ ପର୍ଯ୍ୟନ୍ତ ବିଦ୍ୟୁତ ସଂଯୋଗ ଠପ ହୋଇଯାଇଥିଲା ।