ଭୁବନେଶ୍ୱର(ଏନଏନଏସ୍): ଓଡ଼ିଶାରେ ଜାରି ରହିଛି କାଳବୈଶାଖୀର ପ୍ରଭାବ । ବିଭିନ୍ନ ସ୍ଥାନରେ ଝଡବର୍ଷା ସହ କୁଆପଥର ବର୍ଷାର ପ୍ରଭାବ ଦେଖାଦେଇଛି । ଏନେଇ ବିଜୁଳି ଘଡଘଡି ସହ ବର୍ଷା ପବନ ପାଇଁ ୧୧ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ। ୧୧ଟି ଜିଲ୍ଲାଗୁଡିକ ହେଉଛି ଖୋର୍ଦ୍ଧା, ପୁରୀ, ଗଜପତି, ନୟାଗଡ, ନବରଙ୍ଗପୁର, ରାୟଗଡା, କଳାହାଣ୍ଡି, କନ୍ଧମାଳ, ନୂଆପଡା ଓ ବଲାଙ୍ଗୀର । ଏହିସବୁ ସ୍ଥାନରେ ବର୍ଷା ହେବା ସହ ଘଣ୍ଟାପ୍ରତି ପବନର ବେଗ ୪୦ ରୁ ୫୦ କିଲୋମିଟର ରହିପାରେ ବୋଲି ଆକଳନ କରାଯାଇଛି ।
ଅନ୍ୟପଟେ ଆସନ୍ତା ୨୯ ତାରିଖ ଯାଏ ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀ ଜନିତ ବର୍ଷା ଜାରି ରହିବ । ଫଳରେ ୫ ଦିନ ଯାଏ ତାପମାତ୍ରାରେ ବିଶେଷ ପରିବର୍ତ୍ତନ ସମ୍ଭାବନା ନାହିଁ । ୫ ଦିନ ପରେ ରାଜ୍ୟରେ ତାପମାତ୍ରା ଧୀରେ ଧୀରେ ୨ରୁ ୪ ଡିଗ୍ରୀ ଯାଏ ବୃଦ୍ଧି ପାଇବ । କାଳବୈଶାଖୀ ଯୋଗୁ ଏବେ ରାଜ୍ୟରେ ସର୍ବୋଚ୍ଚ ତାପମାତ୍ରା ୪୦ ଡିଗ୍ରୀ ତଳେ ରହିଛି ।