ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଗମନାଗମନ ପାଇଁ ଅନେକ ଯୋଜନା ପ୍ରଣୟନ କରି ଖର୍ଚ୍ଚ କରୁଛନ୍ତି କୋଟିକୋଟି ଟଙ୍କା । ହେଲେ ବାସ୍ତବର ଚିତ୍ର ସବୁ ଓଲଟା ।ଆଜି ପର୍ଯ୍ୟନ୍ତ ଅନେକ ଗ୍ରାମକୁ ରାସ୍ତା ନଥିବା ବେଳେ ରାସ୍ତା ଥିବା ଗ୍ରାମରେ ରାସ୍ତାର ମରାମତି ଠିକ୍ ଭାବରେ ହୋଇ ପାରୁ ନାହିଁ । ଫଳରେ ଅବସ୍ଥା ଶୋଚନୀୟ ହୋଇ ବିପଦଶଙ୍କୁଳ ହେବା ଆଡକୁ ଗତିକରୁଛି । ଏହିପରି ଏକ ଗ୍ରାମ ନଜରକୁ ଆସିଛି କଳାହାଣ୍ଡି ଜିଲ୍ଲାରେ । ସୂଚନା ଅନୁସାରେ କର୍ଲାମୁଣ୍ଡା ବ୍ଲକ୍ ଅନ୍ତର୍ଗତ ଯୋରାଡବରା ଗ୍ରାମ ପଞ୍ଚାୟତ ସ୍ଥିତ କୁଶୁର୍ଲା ଗ୍ରାମର ସିଆଲପଡାରେ ୬୦ଟି ପରିବାରର ପ୍ରାୟ ୫୦୦ ଜଣ ଲୋକ ବସବାସ କରନ୍ତି । ଉକ୍ତ ଗ୍ରାମକୁ ଯିବା ଆସିବା ପାଇଁ କୁଶୁର୍ଲା ପେଟ୍ରୋଲ ଟ୍ୟାଙ୍କ୍ ଛକ୍ ଠାରୁ ସିଆଲପଡା ବସ୍ତି ପର୍ଯ୍ୟନ୍ତ ଦିର୍ଘ ୨କି.ମି ଆଗରୁ ପଞ୍ଚାୟତ ତରଫରୁ ଏକ କାଦୁଅ ରାସ୍ତା ତିଆରି ହୋଇଥିଲା । କିନ୍ତୁ ରାସ୍ତାର ରକ୍ଷଣାବେକ୍ଷଣ ଅଭାବ ଓ ମରାମତି କାର୍ଯ୍ୟ ନହେବାରୁ ଶୋଚନୀୟ ହୋଇପଡିଛି । ସ୍ଥାନେସ୍ଥାନେ ବଡବଡ ଖଲ ହେବାରୁ ଯାନବାହନ ଚଳାଚଳ ଛାତ୍ରଛାତ୍ରୀ ମାନେ ସ୍କୁଲ୍ ଯିବା ,ରୋଗୀମାନଙ୍କୁ ରେଗଡା ହସ୍ପିଟାଲକୁ ନେବା ତଥା ଅନେକ କାର୍ଯ୍ୟରେ ଯାତାୟାତର ଅସୁବିଧା ହେଉଛି । ବର୍ଷାଦିନେ ଖାଲମାନଙ୍କରେ ପାଣି ଜମାହୋଇ କାଦୁଅ ହୋଇ ଆହୁରି କଦର୍ଯ୍ୟ ହୋଇ ପଡୁଛି । ଫଳରେ ବସ୍ତୀ ବାସିନ୍ଦା ତଥା ସାଧାରଣ ଜନତା ଯାତାୟାତ ପାଇଁ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହୋଇ ହଇରାଣ ହେଉଛନ୍ତି । ଏଥିପାଇଁ ଗ୍ରାମବାସୀ ଏହାର ମରାମତି କରିବା ପାଇଁ ସ୍ଥାନୀୟ ସରପଞ୍ଚଙ୍କୁ ଜଣାଇବାରୁ ରାସ୍ତା ମରାମତି କରିବା ପାଇଁ ସରପଞ୍ଚ ସିଧାସଳଖ ମନାକରି ଦେଇଥିଲେ ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି । ଏଣୁ ସ୍ଥାନୀୟ ସାଂସଦ ,ବିଧାୟକ ,ଜିଲ୍ଲା ଓ ବ୍ଲକ ପ୍ରଶାସନ ଏହି ଗ୍ରାମପ୍ରତି ସ୍ଵତନ୍ତ୍ର ଦୃଷ୍ଟିଦେଇ ଏହି ଗ୍ରାମକୁ ପ୍ରଧାନମନ୍ତ୍ରୀ ସଡକ ଯୋଜନା ହେଉକି ମୂଖ୍ୟମନ୍ତ୍ରୀ ସଡକ ଯୋଜନାରେ ହେଉ ଏକ ପକ୍କାରାସ୍ତା ଟିଏ ତିଆରି କରିବା ପାଇଁ ଦାବି କରିଛନ୍ତି । ଯଦି ପ୍ରସାଶନ ଏଥିପ୍ରତି ଦୃଷ୍ଟି ନଦିଅନ୍ତି ତାହେଲେ ଗ୍ରାମବାସୀ ନିକଟରେ ଯାଇଥିବା ୫୯ ନମ୍ବର ଜାତୀୟ ରାଜପଥ ଅବରୋଧ କରି ପ୍ରତିବାଦ୍ ଜଣାଇବେ ବୋଲି ଚେତାବନୀ ଦେଇଛନ୍ତି ।
#kalahandi #NNSODIA