ମାଡ଼ି ଆସିଲା କାଳବୈଶାଖୀ। ଆଉ କ୍ଷଣକ ଭିତରେ ରଚିଲା ତାଣ୍ଡବ | ଉଡିଗଲା ଘର ଛପର। ଉପୁଡି ପଡିଲା ବଡ଼ ବଡ଼ ଗଛ | ଅଳ୍ପକେ ବର୍ତ୍ତିଗଲା ଲୋକଙ୍କ ଜୀବନ। ଗତକାଲି ସନ୍ଧ୍ୟା ବେଳେ ଏପରି ଚିତ୍ର ଦେଖିବାକୁ ମିଳିଛି ମାଲକାନଗିର ଜିଲ୍ଲାରେ। ଅଚାନକ ଝଡ଼ ତୋଫାନ ଯୋଗୁ ଗ୍ରାମବାସୀଙ୍କ ମନରେ ସୃଷ୍ଟି ହୋଇଥିଲା କୋକୁଆ ଭୟ l
ମାଲକାନଗିରି ଜିଲ୍ଲାରେ ବ୍ୟାପକ କ୍ଷକ୍ଷକ୍ଷତି ଘଟାଇଛି ବୈଶାଖୀ ଝଡ଼ । କାଲିମେଳା ବ୍ଲକରେ ତାଣ୍ଡବ ରଚିଛି କାଳବୈଶାଖୀ । ଆକାଶରେ ଘୋଟି ଆସିଥିଲା କଳାହାଣ୍ଡିଆ ମେଘ। ପରେ ପ୍ରବଳ ବେଗରେ ପବନ ବୋହିବା ସହିତ ବର୍ଷା ହୋଇଥିଲା। ଏମପିଭି-୩୫,ଏପିଡିପି କଲୋନୀ, ଫାର୍ମ କଲୋନୀ, ଆମ୍ବାଗୁଡ଼ା ଅଂଚଳରେ ବିଶେଷ ପରିମାଣରେ କ୍ଷୟୟତି ହୋଇଛି | ଏମପିଭିର ୨୬ ଗାଁରେ ୩୦ରୁ ଅଧିକ ଘର ଭାଙ୍ଗିଥିବା ବେଳେ ଅନେକ ଗ୍ରାମବାସୀ ଆହତ ହୋଇଥିବା ସୂଚନା ରହିଛି । ଗ୍ରାମର ବହୁ ଲୋକଙ୍କ ଚାଳ ଛପର ଓ ଆଜବେଷ୍ଟସ ଉଡାଇ ନେଇଛି | କେତେକ ସ୍ଥାନରେ ବଡ଼ ବଡ଼ ଗଛ ଭାଙ୍ଗି ଘର ଉପରେ ପଡି ଯାଇଛି | ବିଜୁଳି ଖୁଣ୍ଟ ଗୁଡ଼ିକ ଭାଙ୍ଗି ରାସ୍ତାରେ ପଡ଼ିଛି । ଫଳରେ ଅଂଚଳରେ ବିଦ୍ୟୁତ ସରବରାହ ଠପ ରହିଛି ।