ଭୁବନେଶ୍ୱର(ଏନଏନଏସ୍): ଢ଼େଙ୍କାନାଳ-ବିଶ୍ଵ ପ୍ରସିଦ୍ଧ ମହିମା ଗାଦିରେ ପହଞ୍ଚିଲେ ୫ଟି ସଚିବ। ହେଲିପ୍ୟାଡରରେ ଓଲ୍ଲାଇବା ପରେ ସିଧାସଳଖ ଉପସ୍ଥିତ ଥିବା ଲୋକଙ୍କ ସହିତ ହାତ ମିଳାଇବା ସହିତ ଆର୍ଶିବାଦ ଗ୍ରହଣ କରିଥିଲେ ୫ଟି ସଚିବ। ମହିମା ଗାଦି ପାଇଁ ଯାହାବି ଦରକାର ସମସ୍ତ ବ୍ୟବସ୍ଥା ମୁଖ୍ୟମନ୍ତ୍ରୀ କରିବେ ବୋଲି କହିଛନ୍ତି ୫ଟି ସଚିବ। ମହିମା ପୀଠର ସର୍ବାଙ୍ଗୀନ ଉନ୍ନତୀ ପାଇଁ ଯାହା ଆବଶ୍ୟକ ତାହା ସବୁ ପୂରଣ କରାଯିବ ବୋଲି ପ୍ରତିଶୃତି ଦେଇଛନ୍ତି। ଏଥିସହ ବକ୍କଳ ସମାଜର ବତୀ ମନ୍ଦିର, ଧୂନି ମନ୍ଦିର, କାଗଜ ଘର ଆଦି ପରିଦର୍ଶନ କରିବା ପରେ ସେଠାରେ ଭୋଜନ କରି ଫେରି ଯାଇଛନ୍ତି ୫ଟି ସଚିବ ।
ଯୋରନ୍ଦା ପୀଠକୁ ବିଶ୍ୱସ୍ତରୀୟ ପର୍ୟ୍ୟଟନସ୍ଥଳୀରେ ରୂପାନ୍ତର କରିବାକୁ ପୂର୍ବରୁ ୧୦କୋଟି ଟଙ୍କା ପ୍ରଦାନ କରାଯାଇଥିଲା । ଏହା ସହ ମହିମା ପୀଠର ସମସ୍ତ ସମସ୍ୟା ଉପରେ ଗୁରୁତ୍ୱ ଦିଆଯାଇ ସମାଧାନ କରାଯିବ ବୋଲି ପ୍ରତିଶୃତି ଦେଇଛନ୍ତି ୫ଟି ସଚିବ।