ଏନଏନଏସ୍: ଝାରସୁଗୁଡ଼ା ଉପନିର୍ବାଚନରେ ୫ଟା ସୁଦ୍ଧା ୬୮.୧୨ ପ୍ରତିଶତ ମତଦାନ ହୋଇଛି। ଏନେଇ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ବିହାରୀ ଧଳ ସୂଚନା ଦେଇଛନ୍ତି। ଝାରସୁଗୁଡ଼ା ବିଧାନସଭା ଉପନିର୍ବାଚନ ପାଇଁ ବୁଧବାର ସକାଳ ୭ଟାରୁ ଭୋଟ ଗ୍ରହଣ ଆରମ୍ଭ ହୋଇଥିଲା। ୩ ପ୍ରମୁଖ ରାଜନୈତିକ ଦଳ ବିଜେଡି, ବିଜେପି ଓ କଂଗ୍ରେସ ସହ ମୋଟ ୯ ପ୍ରାର୍ଥୀ ନିର୍ବାଚନ ମଇଦାନକୁ ଓହ୍ଲାଇଥିବା ବେଳେ ଏମାନଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ୨ ଲକ୍ଷ ୨୧ ହଜାର ୭୧୯ ଜଣ ଭୋଟର।
ବିଜେଡିରୁ ଦୀପାଳି ଦାସ, ବିଜେପିରୁ ଟଙ୍କଧର ତ୍ରିପାଠୀ ଓ କଂଗ୍ରେସରୁ ତରୁଣ ପାଣ୍ଡେଙ୍କ ମଧ୍ୟରେ ମୁଖ୍ୟତଃ ଲଢ଼େଇ କରିଛନ୍ତି । ସମୁଦାୟ ୨ ଲକ୍ଷ ୨୧ ହଜାର ଭୋଟରଙ୍କ ମଧ୍ୟରୁ ୬୨୪୧୯ ଜଣ ପୁରୁଷ ଭୋଟର ଥିବାବେଳେ ୫୯୯୬୩ ଜଣ ମହିଳା ଭୋଟର ରହିଛନ୍ତି ।
ଅନ୍ୟପଟେ ମତଦାନ ସମୟରେ କିଛି ବୁଥରେ ବିଶୃଙ୍ଖଳା ହୋଇଥିବା ଦେଖିବାକୁ ମିଳିଛି ଜ୍ଝ ଝାରସୁଗୁଡା ଏକାତାଲିରେ ଥିବା ବୁଥ ନମ୍ବର ୪୯ ଓ ୫୦ରେ ଉତ୍ତେଜନା ଦେଖାଦେଇଛି ଜ୍ଝ ଏହାସହ ଲଇକେରା ବ୍ଲକର ୨୩୬ ନମ୍ବର କୁଲେମୁରାଠାରେ ଥିବା ବୁଥରେ ଜଣେ ସାଧାରଣ ଭୋଟରଙ୍କୁ ପୋଲିସ ମାଡ ମାରିଥିବା ଘଟଣା ମଧ୍ୟ ସାମ୍ନାକୁ ଆସିଛି । ସେହିଭଳି ଗୁଜରାଟୀପଡ଼ା ନଜୁଲ ସରକାରୀ ହିନ୍ଦୀ ସ୍କୁଲରେ ୬୯ ନମ୍ବର ବୁଥରେ ବିଜେପି ଓ ବିଜେଡି କର୍ମୀ ଧସ୍ତାଧସ୍ତି ମଧ୍ୟ ହୋଇଥିଲେ ।