ଏନଏନଏସ୍: ରାଜ୍ୟରେ ଅସହ୍ୟ ଗରମ । ତାତି ସାଙ୍ଗକୁ କଲବଲ କରୁଛି ଗୁଳୁଗୁଳି । ସୂଚନା ଅନୁଯାୟୀ ଦିନ ସାଢେ ୨ଟା ସୁଦ୍ଧା ଝାରସୁଗୁଡା ଜିଲ୍ଲାରେ ତାପମାତ୍ରା ସର୍ବାଧିକ ଥିବା ଜଣାପଡ଼ିଛି । ଝାରସୁଗୁଡାରେ ତାପମାତ୍ରା ୪୨.୮ ଡିଗ୍ରୀ ଥିବା ବେଳେ ସମ୍ବଲପୁରରେ ୪୨.୬ ଡିଗ୍ରୀ, ହୀରାକୁଦରେ ୪୦.୮ ଡିଗ୍ରୀ, କେନ୍ଦୁଝରରେ ୪୦ ଡିଗ୍ରୀ, ଚାନ୍ଦବାଲିରେ ୩୯.୨ ଡିଗ୍ରୀ ଏବଂ ଭୁବନେଶ୍ୱରରେ ୩୮.୬ ଡିଗ୍ରୀ ଥିବା ଜଣାପଡିଛି ।
ଅନ୍ୟପଟେ ଆଜିଠାରୁ ୫ ଦିନ ଯାଏ ରାଜ୍ୟରେ କାଳବୈଶାଖୀ ସମ୍ଭାବନା ଥିବା ସୂଚନା ରହିଛି । ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁଯାୟୀ ଆସନ୍ତା ୨୪ ଘଣ୍ଟାରେ ରାଜ୍ୟରେ କେତେକ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଥିବା ବେଳେ ବିଜୁଳି ଓ ଘଡ଼ଘଡ଼ି ପାଇଁ ୧୯ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ସେହିପରି ଆସନ୍ତାକାଲି ୧୧ ଜିଲ୍ଲାରେ ଓ ୧୯ ତାରିଖରେ ୧୫ ଜିଲ୍ଲାରେ ବର୍ଷା ସମ୍ଭାବନା ରହିଛି ।