ଝଙ୍କଡ଼ ବାସିନୀ ମା ଶାରଳାଙ୍କ ପୀଠରେ ଚାଲିଛି ଝାମୁଯାତ୍ରା | ପଣା ସଂକ୍ରାନ୍ତି ଉପଲକ୍ଷେ ଜଗତସିଂହପୁର ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ଶାରଳାଙ୍କ ପୀଠରେ ପାଳନ ହେଉଛି ଝାମୁ ଯାତ୍ରା | ଏହି ଯାତ୍ରାରେ ଡହ ଡହ ନିଆଁରେ ଚାଲିଲେ ଭକ୍ତ | ପଣା ସଂକ୍ରାନ୍ତି ଅବସରରେ ମା ଙ୍କ ପାଖରେ ଲାଗି କରାଯାଇଛି ପଣା ଭୋଗ । ତେବେ ମାଙ୍କ ଏହି ଯାତ୍ରା ଦେଖିବାକୁ ଏବଂ ମା ଶାରଳାଙ୍କ ଦର୍ଶନ ପାଇଁ ଶତାଧିକ ଭକ୍ତଙ୍କ ଭିଡ ଜମିଛି |
ଆଜି ହେଉଛି ଓଡ଼ିଆ ନବବର୍ଷ | ତେଣୁ ନୂତନ ବର୍ଷକୁ ସ୍ୱାଗତ କରିବା ସହ ମା ଶାରଳାଙ୍କ ଆଶୀର୍ବାଦ ପାଇଁ ଭକ୍ତଙ୍କ ଭିତରେ ନାହିଁ ନଥିବା ଉତ୍ସାହ ଦେଖିବାକୁ ମିଳିଛି। କରୋନା ମହାମାରୀ କଟକଣା ଯୋଗୁ ଗତ ଦୁଇ ବର୍ଷ ହେଲା ଓଡ଼ିଆ ନବବର୍ଷରେ ମା ଶାରଳାଙ୍କ ଦର୍ଶନରୁ ବଞ୍ଚିତ ହେଉଥିଲେ ଭକ୍ତ । ଚଳିତ ବର୍ଷ କଟକଣା କୋହଳ କରାଯାଇଥିବାରୁ ଭକ୍ତ ଓ ଭଗବାନଙ୍କ ମିଳନ ହୋଇଛି । ଅନେକ ଦୂର ଦୂରଦୂରାନ୍ତରୁ ଶତାଧିକ ଭକ୍ତ ମା ଶାରଳାଙ୍କ ଦର୍ଶନ କରିବା ସହିତ ମା ଙ୍କ ଆଶିର୍ବାଦ ଭିକ୍ଷା କରିଛନ୍ତି।