ଜଟଣୀ ରେ ବିଜେଡି, କଂଗ୍ରେସ କର୍ମୀ ମୁହଁମୁହିଁ । ଜଟଣୀ ବିଧାୟକ ସୁର ରାଉତରାୟଙ୍କ ଅଶାଳୀନ ମନ୍ତବ୍ୟ କୁ ବିରୋଧ କଲେ ଜଟଣୀ ବିଜୁ ଜନତା ଦଳ । ସବୁ ବେଳେ ଚର୍ଚ୍ଚା ରେ ରହୁଥିବା ବିଧାୟକ ସୁରେଶ କୁମାର ରାଉତରାୟଙ୍କୁ ଏବେ ନିଜର ଅଶାଳୀନ ମନ୍ତବ୍ୟ ଯୋଗୁଁ ତାଙ୍କୁ ଚାରି ଆଡେ ବିରୋଧ କରାଯାଉଛି Iବିଧାୟକ ସାଧାରଣ ଜନତାଙ୍କ ପ୍ରତି ବ୍ୟାବହାର କରୁଥିବା ଅଶାଳୀନ ଭାଷା କୁ ବିରୋଧ କରି ଆଜି ଜଟଣୀ ନଗର ବିଜେଡି, ମହିଳା ବିଜେଡ଼ି, ଯୁବ ଛାତ୍ର ବିଜେଡ଼ିର କର୍ମକର୍ତ୍ତା ମାନେ ତାଙ୍କ କୁଶପୁତ୍ତଳିକା ଦାହ କରି ବିରୋଧ ପ୍ରଦର୍ଶନ କରିଥିଲେ। ପୁତ୍ତଳିକା ଦାହ କରିବା ପରେ ରାସ୍ତାରେ ଆରମ୍ଭ ହୋଇଯାଇଥିଲା ମହା ଡ୍ରାମା I ଠିକ ସେହି ସମୟରେ ସେହି ରାସ୍ତା ଦେଇଯାଉଥିଲେ ସୁର ରାଉତରାୟଙ୍କର ପୁଅ ଏବଂ ଉଭୟ ଦଳ ପକ୍ଷରୁ ଆରମ୍ଭ ହୋଇଯାଇଥିଲା ନାରା ବାଜି ଯାହା ଫଳରେ ରୋଡ ପୁରା ଜାମ୍ ହୋଇଯାଇଥିଲା I ଉଭୟ ଦଳ ପକ୍ଷରୁ କଥା କଟା କାଟି ଏବଂ ଯୁକ୍ତି ତର୍କ ମଧ୍ୟ ହେବାର ଦେଖାଦେଇଥିଲା I କିଛି ସମୟ ପରେ ମନ୍ମଥ ରାଉତରାୟ ସେଇ ଜାଗାରୁ ଚାଲି ଯିବା ଫଳରେ ଘଟଣାଟି ଆୟତ୍ତକୁ ଆସିଥିଲା I ଆଗାମୀ ଦିନରେ ନିଜ ବିଧାୟକ ସୁର ରାଉତରାୟ ନିଜ ଭାଷାରେ ସଂଜମତା ରକ୍ଷା ନ କରିବେ ତେବେ ବିଜୁ ଜନତା ଦଳ ତରଫରୁ ତାଙ୍କୁ ତାଙ୍କୁ ଦୃଢ଼ ପ୍ରତିବାଦ କରିବା ସହ ତାଙ୍କୁ ଜାବାବ ମଗାଯିବ ବୋଲି କହିଛନ୍ତି I ତେବେ ଯାହାକୁ ନେଇ ଏତେ ଚର୍ଚ୍ଚା ଜୋର ଧରିଛି ଗୋଟିଏ ନଜର ପକାଇବା ସେହି ଘଟଣା ଉପରେ ।
#jatani #NNSODIA