ଜଟଣୀ ବ୍ଲକ ଛଣ ଘର ପଞ୍ଚାୟତରେ ଓ. ଏଲ୍. ଏମ୍ ମହାସଂଘ ପକ୍ଷରୁ ପଞ୍ଚାୟତ ସ୍ତରୀୟ ସମନ୍ଵୟ ମେଳା ଅନୁଷ୍ଠିତ ହୋଇଯାଇଛି I ୯୩ ଟି ସ୍ୱୟଂ ସହାୟକ ଗୋଷ୍ଠୀ ର ମହିଳା ମାନେ ଏହି ସମନ୍ଵୟ ମେଳା ରେ ଯୋଗ ଦେଇଥିଲେ I ମହିଳା ମାନେ ନିଜେ କିପରି ସ୍ୱାବଲମ୍ବୀ ହେବା ସହ ଆର୍ଥିକ କ୍ଷେତ୍ରରେ କିପରି ସୁଦୃଢ଼ ହେବେ ଏବଂ ବ୍ଯାଙ୍କ ଓ ସ୍ୱୟଂ ସହାୟକ ଗୋଷ୍ଠୀ ମଧ୍ୟରେ ସୁ ସମ୍ପର୍କ ସ୍ଥାପନ କରିବା ଏହି ସମନ୍ଵୟ ମେଳା ମୁଖ୍ୟ ଉଦ୍ଦେଶ୍ୟ I ସେଥିପାଇଁ ବିଭିନ୍ନ ବ୍ୟାଙ୍କ ର ଅଧିକାରୀ ମାନେ ସେମାନଙ୍କୁ ପ୍ରାୟ ପାଖାପାଖି ଦେଢ଼ କୋଟି ଟଙ୍କା ରୁଣ ପ୍ରଦାନ କରିଛନ୍ତି I ଛଣଘର ପଞ୍ଚାୟତ ର ନାରୀ ମିଶନ ଶକ୍ତି କୁ ଅଧିକ ଉନ୍ନତି ଦିଗକୁ ନେବା ସହ ଏକ ନମ୍ବର ପଞ୍ଚାୟତ କରିବା ପାଇଁ ମୁଁ ସଦା ସର୍ବଦା ଚେଷ୍ଟା କରିବି ବୋଲି ଛଣ ଘର ପଞ୍ଚାୟତ ସରପଞ୍ଚ ସୁନୀଲ ରାଉତରାୟ କହିଛନ୍ତି I