ନିର୍ମାଣ ସରିବ ବହୁ ପ୍ରତିକ୍ଷିତ ଜଟଣୀ ଓଭର ବ୍ରିଜ କାମ, ଆସନ୍ତା ଅପ୍ରେଲ ପହିଲା ରେ ଉଦଘାଟିତ ହେବ ଏହି ଓଭର ବ୍ରିଜ, ଏନେଇ ଦୃଢୋକ୍ତି ବାଢିଛନ୍ତି ଜଟଣୀ ବିଧାୟକ ସୁରେଶ କୁମାର ରାଉତରାୟ ଏବଂ ମନ୍ତ୍ରୀ ପ୍ରଫୁଲ୍ଲ ମଲିକ I ଜଟଣୀରୁ ପିପିଲି କୁ ଯିବା ପାଇଁ ହେଲେ ଏହି ଏକ ମାତ୍ର ଅଣ୍ଡରଗ୍ରାଉଣ୍ଡ ରାସ୍ତା ଦେଇ ଯିବା କୁ ପଡି ଥାଏ I କିନ୍ତୁ ବର୍ଷା ଟିକେ ହେଲେ ଜାମ୍ ହୋଇଯାଏ ଅଣ୍ଡରଗ୍ରାଉଣ୍ଡ ମୁଖ୍ୟ ରାସ୍ତା, ଯାହା ଫଳରେ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଥାନ୍ତି କିନ୍ତୁ ଜନସାଧାରଣ ଙ୍କ ସୁବିଧା ପାଇଁ ସବୁବେଳେ ଦାବି ରହିଥିବା ଓଭର୍ ବ୍ରିଜ୍ କରିବା ପାଇଁ ସରକାର ନିଷ୍ପତ୍ତି ନେଇଥିଲେ ସୁଦ୍ଧା ବର୍ଷ ବର୍ଷ ଧରି ଚାଲିଛି କେବଳ କାମ ହିଁ କାମ, ହେଲେ ସମାପ୍ତ ହେବାର ନା ଧରୁନି ଜଟଣୀ ଓଭର୍ ବ୍ରିଜ୍ କାମ I କାମ ପରିଦର୍ଶନ ପାଇଁ ଅଧିକାଂଶ ସମୟରେ ଆସୁଛନ୍ତି ବଡ ବଡ ପ୍ରାଶାସନିକ ଅଧିକାରୀ ମାନେ ହେଲେ କେବେ ନିର୍ମାଣ କାମ ସରିବ, ତାଙ୍କ ପାଖରେ ଉତ୍ତର ନାହିଁ, କେତେବେଳେ ଜମି ଅଧିଗ୍ରହଣ ସମସ୍ୟା ରହୁଛି ତ ଆଉ କେତେବେଳେ ରେଲୱେ ର ଅବହେଳା ଯୋଗୁଁ ଓଭର୍ ବ୍ରିଜ୍ ନିର୍ମାଣ କାର୍ଯ୍ୟ ସରି ପାରୁ ନାହିଁ ବୋଲି କହୁଛନ୍ତି I ଏହି ସବୁ ସମସ୍ୟା ଭିତରେ ହଇରାଣ ହରକତ ହେଉଛନ୍ତି ସାଧାରଣ ଜନତା I ସବୁବେଳେ ସୀତାରାମ ଛକ ରେ ଦେଖା ଦେଉଛି ଟ୍ରାଫିକ୍ ସମସ୍ୟା, ତେବେ ଏ ସବୁ ସମସ୍ୟା କୁ ଯଥା ଶୀଘ୍ର ସମାଧାନ କରାଯିବ ବୋଲି ଜଟଣୀ ବିଧାୟକ ସୁରେଶ କୁମାର ରାଉତରାୟ ଏବଂ ମନ୍ତ୍ରୀ ପ୍ରଫୁଲ୍ଲ ମଲିକ ଦୃଢକ୍ତି ବାଢିଛନ୍ତି I