ଶାଗ ମାଛ ମୂଲ୍ୟରେ ପାଣି ଟାଙ୍କି ବିକ୍ରି କଲା ଜଟଣୀ ପୌରପରିଷଦ ଖରା ଦିନରେ ପାଣି ଟିକେ ପାଇଁ ଲୋକମାନେ ବହୁତ ହନ୍ତସନ୍ତ ହେଇଥାନ୍ତି, ସେମାନଙ୍କ କଷ୍ଟ କୁ ଦୂର କରିବା ପାଇଁ ପୌରପରିଷଦ ପକ୍ଷରୁ ପାଣି ଟାଙ୍କି ମାଧ୍ୟମରେ ଲୋକ ମାନଙ୍କୁ ଜଳ ଯୋଗାଇ ଦିଆଯାଇଥାଏ । ବିବାହ, ବ୍ରତଘର ହେଲେ ଲୋକ ମାନେ କିଛି ଟଙ୍କା ଦେଇ ପୌରପରିଷଦ ରୁ ପାଣି ଟାଙ୍କି ନେଇଥାନ୍ତି । କିନ୍ତୁ ପରବର୍ତ୍ତୀ ସମୟରେ ଏହି ପାଣି ଟାଙ୍କି ଗୁଡିକର ସଠିକ୍ ଭାବରେ ରକ୍ଷଣାବେକ୍ଷଣ, ମରାମତି ଅଭାବରୁ ପାଣି ଟାଙ୍କି ଗୁଡିକ ନଷ୍ଟ ହୋଇଯାଇଛି I ସେ ସବୁ କୁ ମରାମତି କରା ନ ଯାଇ ଶାଗ ମାଛ ମୂଲ୍ୟ ରେ କବାଡ଼ିଆ ମାନଙ୍କୁ ବିକ୍ରି କରିବାର ଅଭିଯୋଗ ହୋଇଛି I ପୌରପରିଷଦ ପକ୍ଷରୁ ୭ ଟା ପାଣିଟାଙ୍କି କୁ କୋଟେସନ୍ ମାଧ୍ୟମରେ ଟେଣ୍ଡର ଡକାଯାଇ ୧୫. ୫୦ପଇସା ହିସାବରେ ବିକ୍ରି କରାଯାଇଛି । ଯାହାକି ବଜାରରେ ବିକ୍ରି କରିଥିଲେ ଏହାର ମୂଲ୍ୟ ଅଧିକ ଟଙ୍କା ହୋଇଥାନ୍ତା ବୋଲି ପୂର୍ବତନ କାଉନସିଲର, ପୂର୍ବତନ ଅଧ୍ୟକ୍ଷ ସଂଗ୍ରାମ କେଶରୀ ରାଉତରାୟ ମତ ଦେଇଛନ୍ତି I ଏହାକୁ ତଦନ୍ତ କଲେ ସବୁ କଥା ସାମ୍ନାକୁ ଆସିବ ବୋଲି ସେ ମତ ଦେଇଛନ୍ତି I
#jatani #NNSODIA