ରେଲୱେ ରେ କାର୍ଯ୍ୟରତ ବିଦ୍ୟୁତ୍ ଠିକା ଶ୍ରମିକ ମାନେ ସବୁବେଳେ ନାନା ସମସ୍ୟା ର ସମୁଖୀନ ହଉଛନ୍ତି, ଅଭିଯୋଗ କଲେ ଚାକିରି ରୁ ଛଟେଇ କରିବା ପାଇଁ ଧମକ ମଧ୍ୟ ଦିଆଯାଉଛି I କିଛି ଠିକା ଶ୍ରମିକ ସେମାନଙ୍କ ନାମ ଗୋପନ ରଖିବା ସର୍ତ୍ତରେ ଆମ ପ୍ରତିନିଧି ଙ୍କୁ ଫୋନ କରି ସେଠାରେ ଅନୈତିକ କାର୍ଯ୍ୟ ଚାଲୁଥିବାର ଖବର ଦେଇଥିଲେ, ଖବର ପାଇ ଆମ ପ୍ରତିନିଧି ରେତଙ୍ଗ କଲୋନୀ ଇଲେକ୍ଟ୍ରିକାଲ୍ ଅଫିସ ପାଖକୁ ଯାଇ ଭିଡିଓ ଉତ୍ତୋଲନ କରୁଥିବା ସମୟରେ ରେଲୱେ ବିଦ୍ୟୁତ୍ ଠିକା ସୁପରଭାଇଜର ଜଣକ ଗାଳି ଗୁଲଜ କରିବା ସହ ଧକ୍କା ମାରି ଫୋନ୍ ଭାଙ୍ଗିବାକୁ ଚେଷ୍ଟା କରିଥିଲେ । ତେବେ ଏଠି ସାଧାରଣ ରେ ପ୍ରଶ୍ନ ଉଠୁଛି ଯେଉଁଠି ସାମ୍ବାଦିକ ମାନେ ସୁରକ୍ଷିତ ନାହାଁନ୍ତି ସେଠି ସାଧାରଣ ଜନତା କିପରି ସୁରକ୍ଷିତ ରହିବେ I କାହା ବଳ ରେ ଏତେ ବଳିଆନ ଏ ଠିକା ସୁପର୍ ଭାଇଜର ଜଣକ, କିଛି କୁଜି ନେତା କି ଅଫିସରଙ୍କ ଛତ୍ର ଛାୟା ତଳେ ରହି ଏପରି କାର୍ଯ୍ୟ କରୁଛନ୍ତି କି I ଏ ବାବଦରେ ଜଟଣୀ ଥାନା ରେ ଆମ ପ୍ରତିନିଧି ଏକ ଲିଖିତ ଅଭିଯୋଗ ଦେବା ପରେ ପୋଲିସ ଠିକା ସୁପର୍ ଭାଇଜର ଙ୍କୁ ଥାନା କୁ ଡାକି ପଚରାଉଚରା କରିବା ସହ ତଦନ୍ତ ଜାରି ରଖିଛନ୍ତି ବୋଲି ଥାନା ଅଧିକାରୀ କହିଛନ୍ତି I