ରେଳ କଲୋନୀରେ ବିଶୁଦ୍ଧ ପାନୀୟ ଜଳ ଯୋଗାଣ ପାଇଁ ଦାବୀ। ଖୋର୍ଦ୍ଧାରୋଡ଼ ମଣ୍ଡଳ ରେଳ କର୍ମଚାରୀଙ୍କ ସୁବିଧା ପାଇଁ ରେଲୱେ ପ୍ରଶାସନ ପକ୍ଷରୁ କର୍ମଚାରୀ ମାନଙ୍କୁ ରେତଙ୍ଗ କଲୋନୀ, ଆକାଉଣ୍ଟ କଲୋନୀ, ଲୋକୋ କଲୋନୀ, ଟ୍ରାଫିକ କଲୋନୀ ମାନଙ୍କରେରେ କ୍ୱାର୍ଟର ଦିଆଯାଇଛି । କିନ୍ତୁ ଦୁଃଖର ବିଷୟ ସେମାନେ କ୍ୱାଟର କୌଣସି ପ୍ରକାରର ସୁବିଧା ସୁଯୋଗ ପାଉନଥିବାର ଅଭିଯୋଗ ଆସିଛି I କ୍ୱାଟରରେ ରହୁଥିବା କର୍ମଚାରୀଙ୍କ କହିବା ଅନୁଯାୟୀ କ୍ୱାଟରରେ ଗତ କିଛିଦିନ ହେଲା ପଚା, ଦୂଷିତ ଓ ବିଷାକ୍ତ ଜଳ ବିତରଣ କରାଯାଉଛି। ଯାହା ଦ୍ଵାରା ଦୁଇ ହଜାର କ୍ୱାଟରରେ ରହୁଥିବା କର୍ମଚାରୀ ଏବଂ ତାଙ୍କ ପରିବାର ବିଭିନ୍ନ ରୋଗରେ ଆକ୍ରାନ୍ତ ହେବା ପରେ ମଧ୍ୟ ରେଳ ପ୍ରଶାସନ ତରଫରୁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରିବା ଘଟଣାକୁ ଇଷ୍ଟ କୋଷ୍ଟ ରେଲୱେ ଶ୍ରମିକ କଂଗ୍ରେସ ପକ୍ଷରୁ ଏହାକୁ ବିରୋଧ କରାଯାଇଛି।