ପୋଖରୀ ଖୋଳା ନା ରେ ଚାଲିଛି ବେଆଇନ ମୋରମ୍ ଚାଲାଣ । ସୂଚନା ମୁତାବକ ଜଟଣୀ ବ୍ଲକ ଅଧିନରେ ଥିବା ଜାମୁକୋଳି ଗ୍ରାମପଞ୍ଚାୟତରେ ପୋଖରୀ ଖୋଳା ନା ରେ ଚାଲିଥିଲା ବେଆଇନ୍ ମୋରମ ଚୋରା ଚାଲାଣ, ଏ ଚୋରା ଚାଲାଣକୁ ରୋକିବା ପାଇଁ ପୂର୍ବରୁ ସୂଚନା ପାଇଥିଲେ ଜଟଣୀ ତହସିଲଦାର ଏବଂ ଖବର ପାଇବା ମାତ୍ରେ ଆରମ୍ଭ କରିଥିଲେ ପ୍ଲାନିଙ୍ଗ I ଆଜି ତହସିଲଦାର ତପନ କୁମାର ମହାପାତ୍ର ଜାମୁକୋଳି ଛକରେ ଚଢାଉ କରି ଗୋଟେ ପୋକଲିନ୍ ମେସିନ୍, ଗୋଟେ ହାଇୱା ଏବଂ ଗୋଟେ ଟ୍ରାକଟର ଜବତ କରିଛନ୍ତି Iଚଢାଉ କରିବା ସମୟରେ ତହସିଲଦାର ଙ୍କ ସହିତ ଆର୍. ଆଇ କପିଳନାଥ ବେହେରା, ଏ. ଆର୍. ଆଇ ଦିବ୍ୟ ନାୟକ, ପ୍ରମୋଦ କୁମାର ରଣସିଂହ, ବିଜୟ କୁମାର ଦାସ ପ୍ରମୁଖ ଉପସ୍ଥିତ ଥିଲେ I ଆଗକୁ ଏଭଳି ଚଢାଉ ଜାରି ରହିବ ବୋଲି ତହସିଲଦାର ତପନ କୁମାର ମହାପାତ୍ର କହିଛନ୍ତି I