ଭଲ ପାଇବାର ଶକ୍ତି ଆଗରେ ସମସ୍ତେ ହାର ମାନିଛନ୍ତି, ସେଇ ଭଲ ପାଇବା ମାଧ୍ୟମରେ କୁକୁରଟି ଷଣ୍ଢଟିକୁ ନିଜର ଭାବି ତା ସହିତ ଖେଳୁଛି ଆଉ ଗେଲ ମଧ୍ଯ କରୁଛି I ଭଲ କରି ଏ ଭିଡିଓ ଟିକୁ ଦେଖନ୍ତୁ କୁକୁର ଟି ଭଲ ପାଇବାରେ ଏମିତି ମୋହ ଲଗେଇ ଦେଇଛି ଯେ ଷଣ୍ଢଟି ସେଇ ମୋହରେ ପଡି ଯାଇଛି I ଦୁହେଁ ଅଲଗା ଅଲଗା ଜାତିର ହୋଇଥିଲେ ମନ୍ଧ୍ୟ ପରସ୍ପର ପରସ୍ପରକୁ କେହି କ୍ଷତି କରୁନାହାଁନ୍ତି I କୁକୁରଟି ପ୍ରମାଣ କରିଦେଇଛି ଯେ ଭଲ ପାଇବା ଆଗରେ ସମସ୍ତେ ମୁଣ୍ଡ ନୁଆଇଁ ଥାନ୍ତି ବୋଲି I କୁକୁର ଏବଂ ଏ ଷଣ୍ଢ ର ଭଲ ପାଇବା ମଣିଷ ସାମାଜ କୁ ଏକ ଶିକ୍ଷଣୀୟ ମେସେଜ୍ ପ୍ରଦାନ କରିଛି I ଏହି ଭିଡିଓ ମାଧ୍ୟମରେ ସେମାନେ ଗୋଟିଏ କଥା ଚେତେଇ ଦେଇଛନ୍ତି ଯେ ସମସ୍ତେ ରାଗ,ରୁଷା,ଅଭିମାନ,ଲୋଭକୁ ତ୍ୟାଗ କରି ଭଲ ପାଇବାକୁ ଆପଣେଇ ଜାତି ଧର୍ମ ବର୍ଣ୍ଣ ନିର୍ବିଶେଷରେ ସମସ୍ତେ ମିଳିମିଶି ରହିବା ପାଇଁ I ଏପରି ଦୃଶ୍ୟ ଦେଖିବାକୁ ମିଳିଥିଲା ଖୋର୍ଦ୍ଧା ଜିଲ୍ଲା ଜଟଣୀ ରାଜାବଜାର ଅଞ୍ଚଳରେ I