ପୁଣି ଚର୍ଚ୍ଚାରେ ଅନୁଭବ ମହାନ୍ତିଙ୍କ ବାନ୍ଧବୀ ଜାଗ୍ରତି ଶୁକ୍ଳା | ତାଙ୍କ ଫେସବୁକ୍ ପୋଷ୍ଟକୁ ନେଇ ଚାଲିଛି ଚର୍ଚ୍ଚା। ଫେସବୁକ୍ ପୋଷ୍ଟରେ କାହାର ନାଁ ନନେଇ ଜଣେ ଅଭିନେତାଙ୍କ ପତ୍ନୀଙ୍କୁ ପରୋକ୍ଷରେ ପ୍ରଶ୍ନ ଉଠାଇଛନ୍ତି ଜାଗ୍ରତି । ସେ ଲେଖିଛନ୍ତି, ଅଭିନେତାଙ୍କ ଅସୁସ୍ଥ ବୃଦ୍ଧ ପିତା-ମାତା ଦେଢବର୍ଷ ହେଲା ଭଡା ଘରେ ରହୁଛନ୍ତି । ସାନ ଭାଇଙ୍କ ପତ୍ନୀ ଓ ଛୋଟପିଲା ବି ଭଡାଘରେ ଅଛନ୍ତି । ପୈତୃକ ଘରେ କେବଳ ଅଲଗା ହୋଇଥିବା ପତ୍ନୀ ରହୁଛନ୍ତି । କେହି ଭାବୁଛନ୍ତି କି ସେମାନେ ଖୁସିରେ ଅଛନ୍ତି କି ନାହିଁ । ଏ ପ୍ରସଙ୍ଗରେ କୌଣସି ମିଡିଆ ଏଯାଏଁ ପ୍ରଶ୍ନ ଉଠାଉନି କାହିଁକି ବୋଲି କରିଛନ୍ତି ପ୍ରଶ୍ନ |
ଅନ୍ୟପକ୍ଷରେ ଅନୁଭବଙ୍କ ବାନ୍ଧବୀ ଜାଗ୍ରତି ଶୁକ୍ଳାଙ୍କ ନାଁରେ ପୁରୀଘାଟ ଥାନାରେ ଏତଲା ଦେଇଛନ୍ତି ପତ୍ନୀ ବର୍ଷା ପ୍ରିୟଦର୍ଶିନୀ। ଜାଗ୍ରତି ତାଙ୍କର ସମ୍ମାନହାନି କରୁଥିବା ଏତଲାରେ ଦର୍ଶାଇଛନ୍ତି ବର୍ଷା। ସୋସିଆଲ୍ ମିଡ଼ିଆରେ ତାଙ୍କ ନାଁ ନ ନେଇ ଜାଗ୍ରତି ଟାର୍ଗେଟ କରୁଥିବା କହିଛନ୍ତି ବର୍ଷା। ପୂର୍ବରୁ ଜାଗ୍ରତିଙ୍କ ଆଉ ଏକ ଫେସବୁକ ପୋଷ୍ଟକୁ ନେଇ ମଧ୍ୟ ଚର୍ଚ୍ଚା ଜୋର ଧରିଥିଲା ।