ଜଗତସିଂପୁର ଜିଲ୍ଲା ନାଉଗାଁ ମେଡିକାଲରେ ପୁଣି ଥରେ ଦେଖିବାକୁ ମିଳିଛି ସମାନ ଘଟଣା । ବିଳମ୍ବିତରାତି ପର୍ଯ୍ୟନ୍ତ ହସ୍ପିଟାଲରେ ପଡିରହିଥିଲା ମୃତଦେହ । ହସ୍ପିଟାଲରେ ରୋଗୀ ମାନଙ୍କ ପ୍ରତି ଏଭଳି ଅବହେଳା ଘଟଣା ଥରେ ନୁହଁ ଦୁଇ ଦୁଇ ଥର ସାମ୍ନାକୁ ଆସି ସାରିଲାଣି । ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକର ତାଳଦା ପଞ୍ଚାୟତ ଅନ୍ତର୍ଗତ ପାଇଖଳା ଗ୍ରାମର ରବିନ୍ଦ୍ର ବାରିକ ଜ୍ୱରରେ ପିଡୀତ ଥିବାରୁ ନାଉଗାଁ ମେଡିକାଲ ନେବା ବାଟରେ ତାଙ୍କର ମୃତ୍ୟୁ ଘଟିଥିଲା । କୋରୋନା ଭୟରେ ସମ୍ପର୍କୀୟମାନେ ତାଙ୍କୁ ହସ୍ପିଟାଲ୍େର ଛାଡି ଚାଲି ଚାଲି ଯିବା ସହିତ ଡାକ୍ତରଖାନାର ମୁଖ୍ୟ ଚିକିତ୍ସାଧୀକାରୀଙ୍କର ମଧ୍ୟ ଦେଖା ନଥିଲା । ଅପରପ୍ରକ୍ଷେ କୋରୋନା ମହାମାରୀ ସମୟରେ କେହି ହେଡକ୍ୱାର୍ଟର ଛାଡି ନ ଯିବା ପାଇଁ ସରକାରୀ କଟକଣା ଜାରୀ କରାଯିବା ସତ୍ତ୍ୱେ ବ୍ଲକର ବିଡିଓ ଏବଂ ତହସିଲଦାର ହେଡକ୍ୱାର୍ଟର ନ ଥିବା ଅଭିଯୋଗ ହୋଇଥିଲା । ଯେଉଁଥିପାଇଁ ଦୀର୍ଘ ସମୟ ଧରି ମୃତଦେହ ସତ୍କାର ହୋଇପାରି ନଥିଲା । ଡାକ୍ତରଖାନାର ମୁଖ୍ୟ , ତହସିଲଦାର୍ , ବ୍ଲକର ମୁଖ୍ୟଙ୍କ ସମେତ ଅନେକ କର୍ମଚାରୀ କାର୍ଯ୍ୟାଳୟ ଛାଡି ଘରକୁ ଚାଲିଯାଇଥିବା ବେଳେ କରୋନା ଭଳି ଏକ ଘଡିସନ୍ଧି ମୂହୂର୍ତ୍ତରେ ସରକାରୀ ନୀୟମକୁ କିଭଳି ଭାବେ ପାଳନ କରାଯାଉଛି ତାହା ଏଠାରେ ପ୍ରଶ୍ନ ଉଠିଛି ।