ଚୋରା ପୀରତିରେ ଚାଲିଗଲା ନିରୀହ ରୁମିଲା କାଣ୍ଡିଙ୍କ ଜୀବନ । ଆମେ କେଉଁ ଫିଲ୍ମ କି ଯାତ୍ରା ର କାହାଣୀ କହୁନୁ, ଏକ ବାସ୍ତବ ଚିତ୍ର ଘଟଣା ଟି ଦେଖିବାକୁ ମିଳିଛି ଜଗତସିଂହପୁର ଜିଲ୍ଲା, ବାଲିକୁଦା ବ୍ଲକ, ମେରାଇନ ଥାନା ଅଧିନସ୍ଥ ବନ୍ଦର ଗ୍ରାମରେ । ରୁମିଲା କାଣ୍ଡିଙ୍କ ସ୍ୱାମୀ ଭଗବାନ କାଣ୍ଡି ଦୀର୍ଘ ଚାରି ବର୍ଷ ତଳେ ଦେହାନ୍ତ ହୋଇଯାଇଥିଲେ । ଆଉ ରୁମିଲା କାଣ୍ଡି ନିଜ ଭଉଣୀ ର ପୁଅ ଶିବ କାଣ୍ଡିକୁ ପୋଷ୍ୟ ପୁତ୍ର କରି ଆଣି ନିଜ ପାଖରେ ରଖିଥିଲେ, ଆଉ ଏହାରି ଭିତରେ ରୁମିଲାଙ୍କ ବିବାହିତ ଝିଅ ମାନି କାଣ୍ଡି ସ୍ୱାମୀ କୁମର କାଣ୍ଡି, ଘର କପୁର ବେଲାରୀ, ଶିବ ଓ ମାନିଙ୍କ ମଧ୍ୟରେ ଚୋରା ପୀରତି ଆରମ୍ଭ ହୋଇଥିଲା । କିନ୍ତୁ ଦେଖନ୍ତୁ ଏହି ମାନି କାଣ୍ଡିର ଗୋଟେ ଝିଅ ଚାରି ବର୍ଷ ଓ ଗୋଟେ ପୁଅ ଦୁଇ ବର୍ଷର ଥାଇ ମଧ୍ୟ ନିଜ ମାର ପାଳିତ ପୁତ୍ରର ପ୍ରେମରେ ଉବୁଟୁବୁ ହୋଇ ନିଜ ମାକୁ ସୁ କଳ୍ପିତ ଭାବରେ ହତ୍ୟା କରିବା ଗୋଟେ ଚିନ୍ତା ଜନକ ବିଷୟ ପାଲଟି ଯାଇଛି । ହତ୍ୟାକାଣ୍ଡ ପରେ ଉଭୟ ମୃତଦେହକୁ ଏକ ଜରିରେ ପ୍ୟାକିଙ୍ଗ କରି ଘର ଭିତରେ ପକାଇ ଦେଇଥିଲେ । ତେବେ ସନ୍ଧ୍ୟା ସମୟରେ ଫେରାର ହେବାକୁ ଉଦ୍ୟମ କରୁଥିବା ବେଳେ ଘଟଣା ବାବଦରେ ସୁରାକ ପାଇ ଗ୍ରାମବାସୀ ମାନେ ଉଭୟ ଅଭିଯୁକ୍ତଙ୍କୁ କାବୁ କରିଥିଲେ । ଅଭିଯୁକ୍ତଙ୍କୁ ନିସ୍ତୁକ ମାଡ଼ ମାରିବା ସହ ପୋଲିସର ଜିମା ଦେଇଛନ୍ତି । ବନ୍ଦର ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଘର ଭିତରୁ ଶବ ଜବତ କରିବା ସହ ଦୁଇ ଅଭିଯୁକ୍ତ ହତ୍ୟାକାରୀଙ୍କୁ ଗିରଫ କରି ଅଧିକ ତଦନ୍ତ ଚଳାଇଛି ।