ଜଗତସିଂହପୁର ଜିଲ୍ଲା ବାଲିକୁଦା ବ୍ଲକ ଅନ୍ତର୍ଗତ ତଣ୍ଡିକୁଳ ପଞ୍ଚାୟତ ରେ ଥିବା ପୁରୁଷୋତ୍ତମପୁର ଗାଁ ପାଖ ଚାଷ ଜମିକୁ ଜଳାସେଚନ ପାଇଁ ହଂସୁଆ ନଦୀକୁ ସଂଯୋଗ କରୁଥିବା ଏକ ସୁଇଚଗେଟ ରହିଥିଲା। ସୁଇଚଗେଟ ଟି ସମ୍ପୂର୍ଣ ଖରାପ ହୋଇଯିବା ଫଳରେ ସେଠି ଘାଇ ସୃଷ୍ଟି ହୋଇଥିଲା। ଯାହାକୁ ନେଇ ଗ୍ରାମବାସୀମାନେ ବିଭାଗୀୟ ଅଧିକାରୀଙ୍କ ପାଖରେ ଅଭିଯୋଗ କରିଥିଲେ। ଅଭିଯୋଗର କିଛି ଦିନ ପରେ ବନ୍ଧକୁ ଭାଙ୍ଗି ସେଠାରେ ବାଲିବସ୍ତା ପକାଯାଇଥିଲା। ହେଲେ ଦୀର୍ଘ ୮ ବର୍ଷ ହେବ ପ୍ରତିବର୍ଷ ବାଲିବାସ୍ତ ପକାଯାଉଛି । ଯାହା କୌଣସି କାମକୁ ନୁହଁ । ଏପରି କାମଚଳା ପ୍ରତିକାର ଯୋଗୁଁ ପ୍ରତି ବର୍ଷ ସେଠାରେ ଘଳିଆ ପଡି ଘାଇସୃଷ୍ଟି ହେଉଥିବା ଗ୍ରାମବାସୀ ମାନେ ଅଭିଯୋଗ କରିଛନ୍ତି । ପ୍ରତି ବର୍ଷ ବନ୍ଧ ମରାମତି ପାଇଁ ୪ ଲକ୍ଷ୍ୟ ରୁ ଉର୍ଦ୍ଧ ଟଙ୍କା ବ୍ୟୟ ଅଟକଳ ହୋଇ ଆସୁଛି ହେଲେ ଖାଲି ବାଲିବସ୍ତା ପକାଇ ଠିକାଦାର ଏବଂ ଯନ୍ତ୍ରୀ ମହୋଦୟ ଟଙ୍କା ସବୁ ଚଳୁ କରି ନେଉଥିବା ଅଭିଯୋଗ ହେଉଛି । ଏଠି ବନ୍ଦ ଅସୁରକ୍ଷିତ ଅବସ୍ଥାରେ ଥିବାବେଳେ ଯନ୍ତ୍ରୀ ମହୋଦୟ କହୁଛନ୍ତି ସବୁ ଠିକ ଠାକ ଅଛି । ଚାଷୀ ମାନଙ୍କ କହିବା କଥା ଯଦି ହଂସୁଆ ନଦୀର ଜଳ ପ୍ରକୋପ ବୃଦ୍ଧିପାଏ ତେବେ ନଦୀ ବନ୍ଧ ଭାଙ୍ଗି ଯିବାର ଆସଙ୍କା ରହିଛି , ବନ୍ଧ ଭାଙ୍ଗିଗଲେ ହଜାର ହଜାର ହେକ୍ଟର ଚାଷ ଜମି କ୍ଷୟ କ୍ଷତି ହେବାର ସମ୍ଭାବନା ରହିଛି । ଏନେଇ ଗ୍ରାମବାସୀ ମାନେ ଯନ୍ତ୍ରୀ ଏବଂ ସ୍ଥାନୀୟ ଜଳସମ୍ପଦ ମନ୍ତ୍ରୀ ଶ୍ରୀଯୁକ୍ତ ରଘୁନନ୍ଦନ ଦାସ ଙ୍କ ପାଖରେ ଅଭିଯୋଗ କଲେ ମଧ୍ୟ କୌଣସି ଲାଭ ହେଉନାହିଁ ।
ତେବେ ଏଠାରେ ପ୍ରଶାସନଙ୍କ ଦୃଷ୍ଟି କେବେ ପଡିବ ଆଉ କେଵେ ଦୂର ହେଵ ଚାଷୀଙ୍କ ସମସ୍ୟା ?