କଟକ ଓ ଜଗତସିଂହପୁର ଭିଜିଲାନ୍ସ ପକ୍ଷରୁ ଜଗତସିଂହପୁର ଜିଲ୍ଲାର ଏରସମା,ତିର୍ତ୍ତୋଲ ଓ ଜଗତସିଂହପୁର ସ୍ଥିତ ଲାଲାସାହି ଠାରେ ଏକକାଳୀନ ଚଢ଼ାଉ ଚାଲିଛି।ଅବସର ପ୍ରାପ୍ତ ଆର ଆଇ ସୁବାସ ଦାସ୍ ଙ୍କ ଲାଲାସାହି ବାସ ଭବନରେ ଚଢ଼ାଉ ଜାରି ରହିଥିବା ସୂଚନା ମିଳିଛି । ବସୁନ୍ଧରା ଜମି ଜାଲିଆତି ଘଟଣାରେ ସମ୍ପୃକ୍ତି କୁ ନେଇ ୧୬ ଜଣଙ୍କ ନାମରେ କେଶ ଦାୟର କରାଯାଇଥିଲା । ସେତେବେଳେ ଥିବା ଜଗତସିଂହପୁର ଉପଜିଲ୍ଲାପାଳ,ତହସିଲଦାର, ଓ ଆର ଆଇ ମାନଙ୍କ ର ବିଭିନ୍ନ ସ୍ଥାନରେ ଥିବା ଘରଉପରେ ଭିଜିଲାନ୍ସ ର ୯ ଟି ଟିମ ପକ୍ଷରୁ ଏକ କାଳୀନ ଚଢ଼ାଉ କରାଯାଇଥିଲା । ସକାଳୁ ଚଢ଼ାଉ ଜାରି ରହିଥିଲେ ମଧ୍ୟ ଏବେ ସୁଦ୍ଧା କେତେ ପରିମାଣର ସମ୍ପତି ଜବତ କରାଯାଇଛି ତାର କୌଣସି ସଠିକ ସୂଚନା ଭିଜିଲାନ୍ସ ବିଭାଗ ପକ୍ଷରୁ ପ୍ରଦାନ କରାଯାଇ ନାହିଁ। ତେବେ ବିଭାଗ ପକ୍ଷରୁ ସମସ୍ତ ପ୍ରକାରର ଯାଞ୍ଚ ଜାରି ରହିଛି । ଯାଞ୍ଚ ସରିଲା ପରେ ପ୍ରକୃତ ତଥ୍ୟ ମିଳିବ ବୋଲି ବିଭାଗୀୟ ଅଧିକାରୀ ପ୍ରକାଶ କରିଛନ୍ତି ।
#jagatsinghpur #Vigilance #LandFraud #NNSODIA