ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଳକ ଅନ୍ତର୍ଗତ ଅଙ୍ଗେଶ୍ବରପଡା ସରକାରୀ ଉଚ୍ଚବିଦ୍ୟାଳୟ କୁ ପୋଷ୍ୟ ସ୍କୁଲ ଭାବେ ଗ୍ରହଣ କଲା ଜିଲ୍ଲା ପ୍ରଶାସନ ।ଆଜି ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର ,ବିଧାୟକ ପ୍ରସାନ୍ତ କୁମାର ମୁଦୁଲି ଓ ନାଉଗାଁ ବିଡିଓ ରଶ୍ମିରେଖା ମଲ୍ଲିକ ଏହି ବିଦ୍ୟାଳୟ ର ଭିତ୍ତିଭୂମି ତଦାରଖ କରିବା ସହ ବିଦ୍ୟାଳୟରେ ସ୍ମାର୍ଟ କ୍ଲାସ୍, ଶ୍ରେଣୀ ଗୃହ ର ଉନ୍ନତି, ଲାଇବ୍ରେରୀ, ବିଜ୍ଞାନଗାର, ଛାତ୍ରାବାସ ର ନବୀକରଣ ସହିତ ବିଦ୍ଯାଳୟର ପ୍ରତିଷ୍ଠାତା ତଥା ପ୍ରଥମ ପ୍ରଧାନ ଶିକ୍ଷକ ସ୍ୱର୍ଗତଃ ଭଗବାନ ଦାସଙ୍କର ବିଦ୍ଯା ମନ୍ଦିର ଗୃହ ନିର୍ମାଣ ଯୋଜନା ପ୍ରସ୍ତୁତି ସହ ଅର୍ଥ ରାଶି ପ୍ରଦାନର ଘୋଷଣା କରିଥିବା ଜଣାପଡିଛି । ଏହି ବିଦ୍ୟାଳୟରେ କିଭଳି ଛାତ୍ର ଛାତ୍ରୀ ମାନେ ଉନ୍ନତ ମାନର ଶିକ୍ଷା ଲାଭ କରିପାରିବେ ସେଦିଗରେ ଶିକ୍ଷକ ମାନେ ବେଶ ଯତ୍ନଶୀଳ ହେବାକୁ ଜିଲ୍ଲାପାଳ ପରାମର୍ଶ ଦେଇଥିଲେ ।ଏହି କାର୍ଯ୍ୟକ୍ରମରେ ନାଉଗାଁ ବ୍ଳକ ବିଜେଡି ସଭାପତି ସୁଜିତ୍ ମଲ୍ଲିକ, ଜଗତସିଂହପୁର ଜିଲ୍ଲା କୃଷକ ମୋର୍ଚ୍ଚାର ସଭାପତି ପ୍ରକାଶ ବସ୍ତିଆ, ଜିଲ୍ଲା ବିଜୁଜନତା ଦଳର ସାଧାରଣ ସମ୍ପାଦକ ବିରେନ୍ଦ୍ର କୁମାର ବିଶ୍ବାଳ ଏବଂ ପୂର୍ବତନ ଛାତ୍ର ମାନେ ଯୋଗଦେଇଥିଲେ ।
#Jagatsinghpur #NNSODIA