ଜଗତସିଂହପୁର ଜିଲ୍ଲା ମୁଖ୍ୟ ସ୍ୱାସ୍ଥ୍ୟକେନ୍ଦ୍ର ଗଡହରିଷପୁର ଗ୍ରାମର କୁଷକୁମାର ଭଞ୍ଜ ନାମକ ବ୍ୟକ୍ତି ନିଜ ପତ୍ନୀଙ୍କୁ ପ୍ରସୁତି ଵିଭାଗରେ ଭର୍ତ୍ତି କରିଥିଲେ । ପାଖରେ ଥିଲା ଗାଁ ରୁ ଧାର ଉଧାରକରି ଆଣିଥିବା ୯୨୨୦ ଟଙ୍କା ଏବଂ ୪ଟି ଏଟିଏମ କାର୍ଡ଼ ଓ ଭୋଟର ଆଇଡି କାର୍ଡ଼ ଏବଂ ଡ୍ରାଇଭିଙ୍ଗ ଲାଇସେନ୍ସ ସହ ପର୍ସ । କିନ୍ତୁ ଅଚାନକ ସବୁକିଛି ହଜି ଯାଇଥିଲା । ଚାରିଆଡେ ଅନେକ ଖୋଜା ଖୋଜି ପରେ ନିରାସ ହୋଇ ମେଡ଼ିକାଲ ଫାଣ୍ଡି ରେ ଅଭିଯୋଗ କରିଥିଲେ କୁଶକୁମାର । ଅନେକ ସମୟ ଧରି ଖୋଜାଖୋଜି ପରେ ସ୍ବାସ୍ଥକେନ୍ଦ୍ରରେ କାର୍ଯ୍ୟରତ ଜଣେ ସିକୁରୁଟି ଗାର୍ଡ଼ ଜଗନ କିଶୋର କାଣ୍ଡି ନାମକ ବ୍ୟକ୍ତି ଏଖବର ପାଇବା ପରେ ତୁରନ୍ତ ଫାଣ୍ଡିକୁ ଆସି ପାଇଥିବା ଟଙ୍କାକୁ କୁସ କୁମାର ଭଞଙ୍କ ହାତକୁ ଫେରାଇ ଦେଇଥିଲେ । ୯୨୨୦ଟଙ୍କା କାର୍ଡ଼ ସମସ୍ତ କାଗଜ ପତ୍ର ଫେରି ପାଇ କୁଷକୁମାର ଭଞ ଏବଂ ପୋଲିସ ସିକ୍ୟୁରୀଟି ଷ୍ଟାଫଙ୍କୁ ଧନ୍ୟବାଦ ଦେଇଥିଲେ । ପୂର୍ବରୁ ସିକୁରୁଟି ମାନଙ୍କ ନା ରେ ବିଭିନ୍ନ ମିଥ୍ୟା ପ୍ରଚାର କରି ବଦନାମ କରୁଥିବା ବେଳେ ଆଜି ଘଡିସନ୍ଦି ମୁହର୍ତରେ ଟଙ୍କା ଫେରାଇ ମହାନକାର୍ଯ୍ୟକରି ଥିବାରୁ ସ୍ବାସ୍ଥକେନ୍ଦ୍ରରେ ଜଗନକୁମାର କାଣ୍ଡିଙ୍କ ନିକଟକୁ ଧନ୍ୟବାଦର ସୁଅଛୁଟିଛି l
#jagatsinghpur #NNSODIA