ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଲକ ଘେରିଲେ ଜବ କାର୍ଡ ଧାରୀ ମହିଳା | ଏହି ବ୍ଲକ୍ ବାଁଶ ପଞ୍ଚାୟତ ର ଜବକାର୍ଡ ଧାରୀ ମହିଳା ମାନେ ମନରେଗା ଯୋଜନା ରେ 100 ଦିନ ର କାର୍ଯ୍ୟ କରିଥିଲେ ମଧ୍ଯ ସେମାନଙ୍କୁ ପଇସା ମିଳୁନଥିବା ବେଳେ ଯେଉଁ ମାନେ ମାତ୍ର 2/4 ଦିନ କାମ କରିଛନ୍ତି ଓ ଯେଉଁ ମାନେ ଜମା କାମ କରିନାହାନ୍ତି ସେମାନଙ୍କୁ କିଭଲି 100 ଦିନ ର ପଇସା ମିଳିଲା ବୋଲି ସେମାନେ ଲିଖିତ ଅଭିଯୋଗ କରିଛନ୍ତି | ଘଟଣା ର ତଦନ୍ତ ଦାବି କରି ମହିଳା ମାନେ ବ୍ଲକ୍ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ରେ ବସି ନାରାବାଜି କରୁଥିବା ଦେଖାଯାଇଛି |