ରାଜ୍ୟ କ୍ୟାବିନେଟରେ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି । ୫ ମହାନଗର ନିଗମ ପାଇଁ ରାଜ୍ୟ ସରକାର ନେଇଛନ୍ତି ଐତିହାସିକ ପଦକ୍ଷେପ । ଜାଗା ମିଶନରେ ୫ଟି ମହାନଗର ନିଗମରେ ବସ୍ତିବାସିନ୍ଦାଙ୍କୁ ମିଳିବ ଘର । ୫ ମହାନଗର ନିଗମରେ ୯୩୮ଟି ବସ୍ତିର ୮ ଲକ୍ଷ ୫୮ ହଜାର ଲୋକ ହେବେ ଉପକୃତ । ୬ ମାସ ଭିତରେ ଶେଷ ହେବ ଜମି ଯୋଗାଣ କାର୍ଯ୍ୟକ୍ରମ । ପୃଥିବୀର ସବୁଠୁ ବଡ଼ କାର୍ଯ୍ୟକ୍ରମ ହେଉଛି ‘ଜାଗା ମିଶନ’ । ଯାହା କ୍ୟାବିନେଟ୍ ବୈଠକରେ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି । ଏଥିରେ ଉପକୃତ ହେବ ୧ ଲକ୍ଷ ୯୦ ପରିବାର । ଜାଗା ମିଶନରେ ବସ୍ତି ବାସିନ୍ଦାଙ୍କୁ ଯୋଗାଇ ଦିଆଯିବ ଜାଗା ବୋଲି ମନ୍ତ୍ରୀ ପ୍ରତାପ ଜେନାଙ୍କ ସୂଚନା ଦେଇଛନ୍ତି ।
ସୂଚନା ଥାଉକି, ଓଡିଶା ବସ୍ତିବାସିନ୍ଦାଙ୍କ ପାଇଁ ଭୂମିଅଧିକାର ଅଧିନିୟମ, ୨୦୧୭ ” ମାଧ୍ୟମରେ ଯୋଗ୍ୟ ବିବେଚିତ ହୋଇଥିବା ବସ୍ତିବାସିନ୍ଦା ମାନଙ୍କୁ ଭୂମି ଭୋଗଦଖଲର ସୁରକ୍ଷା ପ୍ରଦାନ କରିବା ତଥା ବସ୍ତିବାସିନ୍ଦାଙ୍କୁ ବାସୋପଯୋଗୀ ବସତିରେ ପରିଣତ କରିବାର ଦ୍ଵୈତ ଉଦ୍ଦେଶ୍ୟ ନେଇ ପ୍ରଣୟନ କରଯାଇଥିଲା । ରାଜ୍ୟର ସମସ୍ତ ପୌରପାଳିକା ତଥା ବିଜ୍ଞାପିତ ଅଞ୍ଚଳ ପରିଷଦ ଗୁଡିକ ଏହି ଆଇନର ପରିସରଭୁକ୍ତ ହୋଇଥିଲେ ।