ଭୁବନେଶ୍ୱର(ଏନଏନଏସ୍): ଟିକସ ଫାଙ୍କିବା ଅଭିଯୋଗରେ ଭୁବନେଶ୍ୱରରେ ଆୟକର ବିଭାଗର ଚଢ଼ାଉ। ଡିଏନ୍ ହୋମ୍ସ ରେ ଆଇଟି ରେଡ୍। ଭୁବନେଶ୍ୱର ସ୍ଥିତ ପୋଷ୍ଟାଲ କଲୋନୀ ସମେତ ୨୦ ସ୍ଥାନରେ ରେଡ୍ କରୁଛି ଆୟକର ବିଭାଗ। ଚଢ଼ାଉରେ ଆଇଟି ବିଭାଗର ୭ ଜଣିଆ ସଦସ୍ୟ ସାମିଲ୍ ଅଛନ୍ତି।
ଆଜି ସକାଳେ ବ୍ୟବସାୟିକ ପ୍ରତିଷ୍ଠାନର ନିର୍ଦ୍ଦେଶକ ସମେତ କଂପାନୀର ବରିଷ୍ଠ ଅଧିକାରୀ ଓ ନିକଟ ସର୍ମ୍ପକୀୟଙ୍କ ଘରେ ରେଡ୍ କରାଯାଇଥିବା ସୂଚନା ମିଳିଛି। ରେଡ୍ ବେଳେ ୟୁନିଟ୍-୪ ସ୍ଥିତ ଜଣେ କର୍ମଚାରୀଙ୍କ ଘରୁ ନଗଦ ୩୦ କୋଟି ଜବତ ହେବା ସହ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଜବତ କରାଯାଇଛି। ଏହି ସଂସ୍ଥା ନିଜର କନଷ୍ଟ୍ରସନ୍ ସହ ଅନ୍ୟ ବ୍ୟବସାୟରେ କୋଟି କୋଟି ଟଙ୍କା ଲଗାଇବା ସୂଚନା ମିଳିଛି।