ସୁକିନ୍ଦା(ଏନଏନଏସ୍): ସମ୍ବଲପୁରରେ ହିନ୍ଦୁମାନଙ୍କ ଉପରେ ଆକ୍ରମଣ ବିରୋଧରେ ସୁକିନ୍ଦା ବ୍ଳକ ବିଡିଓଙ୍କୁ ଦାବିପତ୍ର ପ୍ରଦାନ । ହନୁମାନ ଜୟନ୍ତୀ ଅବସରରେ ବାଇକ ଶୋଭାଯାତ୍ରା ଚାଲିଥିବା ବେଳେ ସ୍ଥାନୀୟ ଅଂଚଳର କିଛି ଅଣହିନ୍ଦୁ ଗୋଷ୍ଠୀ ଯୋଜନାବଦ୍ଧ ଭାବେ ଢ଼େଲାମାଡ କରିଥିଲେ । ଏହି ଢ଼େଲାମାଡରେ ଶୋଭାଯାତ୍ରାରେ ଥିବା ଅନେକ ହିନ୍ଦୁ ଯୁବକ, ନିୟୋଜିତ ଥିବା ପୋଲିସ ଗୁରୁତର ହେବା ସହ ଜଣେ ଯୁବକଙ୍କର ମୃତୁ୍ୟ ହୋଇଥିଲା ।
ତେବେ ଏହି ଘଟଣାକୁ ଦୃଢ଼ ନିନ୍ଦା କରିବା ସହ ଆକ୍ରମଣକାରୀଙ୍କ ବିରୋଧରେ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ସୁକିନ୍ଦା ହିନ୍ଦୁ ସମାଜ ପକ୍ଷରୁ ରାଜ୍ୟପାଳଙ୍କ ଉଦେ୍ଦଶ୍ୟରେ ସୁକିନ୍ଦା ବିଡିଓଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି । ଆର.ଏସ.ଏସ ସୁକିନ୍ଦା ଖଣ୍ଡ କାର୍ୟ୍ୟବାହ ବାଉରୀବନ୍ଧୁ ବାରିକ,ଜିଲ୍ଲା ଗୋସେବା ପଦ୍ମନାଭ ମଲ୍ଲିକ, ପ୍ରମୁଖ ଦାବିପତ୍ର ପ୍ରଦାନ କରିଥିଲେ ।