ନୂଆଦିଲ୍ଲୀ,(ଏନଏନଏସ ଓଡ଼ିଆ /୨୬.୦୩): ପୁଣି ଆଉ ଏକ ଇତିହାସ ରଚିଲା ଇସ୍ରୋ। ଏକା ସଙ୍ଗେ ମହାକାଶକୁ ପଠାଇଲା ୩୬ଟି ସାଟେଲାଇଟ୍ ପଠାଇଲା । ଇସ୍ରୋର ୱାନ୍ ୱେବ୍-୨ ମିଶନ୍ ଜରିଆରେ ମହାକାଶକୁ ୩୬ ସାଟେଲାଇଟ୍ ପଠାଇଛି ଇସ୍ରୋ। ଆଜି ସକାଳ ୯ଟାରେ ଶ୍ରୀହରିକୋଟା ସ୍ଥିତ ସତୀଶ ଧୱନ ମହାକାଶ କେନ୍ଦ୍ରରୁ ସବୁଠୁ ଓଜନିଆ LVM3 ରକେଟର ଉତକ୍ଷେପଣ ହୋଇଛି ।ପୃଥିବୀର ନିମ୍ନ କକ୍ଷପଥରେ ୭୨ଟି ଉପଗ୍ରହ ଉତକ୍ଷେପଣ ପାଇଁ ବ୍ରିଟେନର ନେଟୱର୍କ ଆକ୍ସେସ୍ ଆସୋସିଏଟ୍ସ ଲିମିଟେଡ୍ ଇସ୍ରୋର ବାଣିଜ୍ୟିକ ୟୁନିଟ୍ ନ୍ୟୁସ୍ପେସ୍ ଇଣ୍ଡିଆ ଲିମିଟେଡ୍ ସହ ଚୁକ୍ତି ସ୍ୱାକ୍ଷର କରିଛି। ଏହି ଚୁକ୍ତି ଅନୁଯାୟୀ ୩୬ଟି ଉପଗ୍ରହ ମହାକାଶକୁ ଉତକ୍ଷେପଣ କରାଯାଇଛି। LVM3 ରକେଟର ଓଜନ ୪୩.୫ ମିଟର ଉଚ୍ଚ ଏବଂ ୬୪୩ଟନ୍ ରହିଛି। ଏହା ୫୮୦୫ କିଲୋଗ୍ରାମ ଓଜନର ୩୬ଟି ଜେନ୍-୧ ସାଟେଲାଇଟକୁ ନେଇ ପୃଥିବୀର ନିମ୍ନ କକ୍ଷପଥରେ ସ୍ଥାପନ କରିବ। ଗତବର୍ଷ ଅକ୍ଟୋବର ୨୩ରେ ମଧ୍ୟ ଏହି ମିଶନର ପ୍ରଥମ ପର୍ଯ୍ୟାୟରେ ୩୬ ସାଟେଲାଇଟ୍ ସଫଳ ଭାବେ ଉତକ୍ଷେପଣ କରାଯାଇଥିଲା।