ଇସ୍ରୋର ନୂଆ ଅଧ୍ୟକ୍ଷ ଭାବେ ନିଯୁକ୍ତ ହେଲେ ବିଶିଷ୍ଟ ବୈଜ୍ଞାନିକ ଡକ୍ଟର ଭି. ନାରାୟଣନ । କେନ୍ଦ୍ର ସରକାରଙ୍କ କ୍ୟାବିନେଟ୍ ନିଯୁକ୍ତି କମିଟି ଏ ନେଇ ସୂଚନା ଜାରି କରିଛି । ସେ ଏବେ ଲିକ୍ୟୁଇଡ ପ୍ରପଲ୍ୟୁସନ୍ ସିଷ୍ଟମ ସେଣ୍ଟରର ନିର୍ଦ୍ଦେଶକ ଅଛନ୍ତି । ଆସନ୍ତା ୧୪ ତାରିଖରେ ଇସ୍ରୋର ଅଧ୍ୟକ୍ଷ ଏସ ସୋମନାଥଙ୍କଠାରୁ ନୂଆ ଦାୟିତ୍ବ ଗ୍ରହଣ କରିବେ । ଭି. ନାରାୟଣନ ଇସ୍ରୋର ମୁଖ୍ୟ ଭାବେ ଦୁଇ ବର୍ଷ ଧରି ଦାୟିତ୍ବରେ ରହିବେ ।କେନ୍ଦ୍ର ସରକାରଙ୍କ କ୍ୟାବିନେଟ୍ ନିଯୁକ୍ତି କମିଟି ଏ ନେଇ ସୂଚନା ଜାରି କରିଛି। ୨ ବର୍ଷ ପର୍ଯ୍ୟନ୍ତ ସେ ଏହି ପଦରେ ରହିବେ। ଭି ନାରାୟଣନଙ୍କ ପଖରେ ପ୍ରାୟ ୪ ଦଶନ୍ଧିର ଅନୁଭବ ରହିଛି। ସେ ଭାରତୀୟ ଅନ୍ତରୀକ୍ଷ ସଂଗଠନରେ ଅନେକ ଗୁରୁତ୍ୱପୂର୍ଣ୍ଣ ପଦ ପଦବୀରେ ରହିଆସିଛନ୍ତି।
ଦେଶରେ କ୍ରାୟୋଜେନିକ ଇଞ୍ଜିନ ବିକାଶ କ୍ଷେତ୍ରରେ ତାଙ୍କର ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି । ଡକ୍ଟର ନାରାୟଣନଙ୍କର ଏକ ପ୍ରମୁଖ ସଫଳତା ହେଉଛି GSLV Mk III ଯାନର C25 କ୍ରିଏଜେନିକ୍ ପ୍ରୋଜେକ୍ଟ ପାଇଁ ପ୍ରୋଜେକ୍ଟ ନିର୍ଦ୍ଦେଶକ ଭାବରେ କାର୍ଯ୍ୟ କରିଛନ୍ତି । ଆଦିତ୍ୟ ମହାକାଶଯାନ, GSLV Mk-III ମିଶନ, ଚନ୍ଦ୍ରୟାନ-୨ ଏବଂ ଚନ୍ଦ୍ରାୟନ -3 ପାଇଁ ସେ ପ୍ରପୁଲସନ ସିଷ୍ଟମରେ ମଧ୍ୟ ସହଯୋଗ କରିଥିଲେ । କ୍ରାୟୋଜେନିକ ଇଞ୍ଜିନିୟରିଂରେ ଏମଟେକ ସହ ଆଇଆଇଟି ଖଡ଼ଗପୁରରୁ ଏରୋସ୍ପେଶ ଇଞ୍ଜିନିୟରିଂରେ ପିଏଚଡି କରିଛନ୍ତି ଭି. ନାରାୟଣନ । ୧୯୮୪ରେ ସେ ଇସ୍ରୋରେ ଯୋଗ ଦେଇଥିଲେ । ୨୦୧୮ରୁ ସେ ଲିକ୍ୟୁଇଡ ପ୍ରପଲ୍ୟୁସନ୍ ସିଷ୍ଟମ ସେଣ୍ଟରର ନିର୍ଦ୍ଦେଶକ ଅଛନ୍ତି ।
ସୂଚନାଯୋଗ୍ୟ, ଇସ୍ରୋର ବର୍ତ୍ତମାନ ଅଧ୍ୟକ୍ଷ ଏସ୍. ସୋମନାଥ ୧୪ ଜାନୁଆରୀ ୨୦୨୨ରେ କାର୍ଯ୍ୟଭାର ଗ୍ରହଣ କରିଥିଲେ । ଏବେ ସେ ତାଙ୍କର ଦୁଇ ବର୍ଷ କାର୍ଯ୍ୟକାଳ ଶେଷ ହେବାକୁ ଯାଉଛି । ଭାରତର ସୂର୍ଯ୍ୟ ମିଶନ ‘ଆଦିତ୍ୟ ଏଲ୍-୧’ର ଲଞ୍ଚିଂ ସମୟରେ ଏସ୍. ସୋମନାଥଙ୍କୁ କ୍ୟାନ୍ସର ଜଣାପଡ଼ିଥିଲା । ଲଞ୍ଚିଂ ପରେ ସୋମନାଥ ତାଙ୍କ ପେଟ ସ୍କାନ କରାଇଥିଲେ । ସେତେବେଳେ ରୋଗ ଜଣାପଡ଼ିଥିଲା । କିନ୍ତୁ ଅଧିକ ଯାଞ୍ଚ ଏବଂ ଚିକିତ୍ସା ପାଇଁ ସେ ଚେନ୍ନାଇ ଯାଇଥିଲେ । ସେଠାରେ ଜଣାପଡ଼ିଥିଲା ଯେ ଏହି ରୋଗ ତାଙ୍କୁ ଜେନେଟିକାଲି ମିଳିଛି । ତାଙ୍କୁ ଷ୍ଟୋମାକ୍ (ପେଟ) କର୍କଟ ହୋଇଥିଲା । କିଛି ଦିନ ମଧ୍ୟରେ ରୋଗ ନିଶ୍ଚିତ ହୋଇଥିଲା । ପରେ ସେ ସର୍ଜରୀ କରାଇଥିଲେ । ପୁଣି ତାଙ୍କର କେମୋଥେରାପି ଚାଲିଥିଲା । ଚିକିତ୍ସା ଜାରି ରହିଛି ଏବଂ ସେ ସୁସ୍ଥ ହୋଇଛନ୍ତି । ବର୍ତ୍ତମାନ ଔଷଧ ଚାଲିଛି । ସେ ଜାଣନ୍ତି ଯେ କର୍କଟ ଚିକିତ୍ସା ପାଇଁ ବହୁତ ସମୟ ଲାଗିବ । ଏହା ଏକ ଲମ୍ବା ପ୍ରକ୍ରିୟା । କିନ୍ତୁ ଏହି ଯୁଦ୍ଧ ମୁଁ ଲଢ଼ିବି ବୋଲି ସେ କହିଛନ୍ତି । ବହୁତ ଅଧିକ ରିକଭରି ହୋଇଛି ।କହିରଖୁ ଇସ୍ରୋର ବର୍ତ୍ତମାନ ଅଧ୍ୟକ୍ଷ ଏସ୍. ସୋମନାଥ ୧୪ ଜାନୁଆରୀ ୨୦୨୨ରେ କାର୍ଯ୍ୟଭାର ଗ୍ରହଣ କରିଥିଲେ। ଏବେ ସେ ତାଙ୍କର ଦୁଇ ବର୍ଷ କାର୍ଯ୍ୟକାଳ ଶେଷ ହେବାକୁ ଆସିଛି। ତାଙ୍କ କାର୍ଯ୍ୟକାଳ ମଧ୍ୟରେ, ISRO ସଫଳତାର ସହିତ ଅନେକ ଗୁରୁତ୍ୱପୂର୍ଣ୍ଣ ମିଶନକୁ କାର୍ଯ୍ୟକାରୀ କରିଛି।