ବାଂଲାଦେଶରେ ପୁଣି ହିନ୍ଦୁମାନଙ୍କୁ କରାଯାଇଛି ଟାର୍ଗେଟ | କଠୋରପନ୍ଥୀମାନେ ହିନ୍ଦୁ ମନ୍ଦିର ଉପରେ କରିଛନ୍ତି ଆକ୍ରମଣ । ହୋଲି ଅବସରରେ ଗୁରୁବାର ସନ୍ଧ୍ୟାରେ ଢାକାରେ ଅବସ୍ଥିତ ଇସ୍କନ ରାଧାକାନ୍ତ ମନ୍ଦିର ଉପରେ ହୋଇଛି ଆକ୍ରମଣ। ଢାକାର ୨୨୨ ଲାଲମୋହନ ଶାହା ଷ୍ଟ୍ରିଟ୍ରେ ଥିବା ଇସ୍କନ ରାଧାକାନ୍ତ ମନ୍ଦିରରେ ସେମାନେ କରିଛନ୍ତି ଭଙ୍ଗାରୁଜା | ପ୍ରାୟ ୨୦୦ ରୁ ଉର୍ଦ୍ବ କଠୋରପନ୍ଥୀ ରାଧାକାନ୍ତ ମନ୍ଦିରରେ ପଶି ବ୍ୟାପକ ଭଙ୍ଗାରୁଜା କରିବା ସହ ଲୋକଙ୍କୁ ମାରପିଟ କରିଥିଲେ | ଏପରିକି ମନ୍ଦିରରୁ ଏବଂ ଭକ୍ତମାନଙ୍କଠାରୁ ଲୁଟପାଟ କରିଥିବା ଅଭିଯୋଗ ହୋଇଛି। ଏହି ସମୟରେ ଅନେକ ଲୋକ ଆହତ ହୋଇଥିବା ମଧ୍ୟ ଖବର ମିଳିଛି | ବଂଲାଦେଶରେ ହିନ୍ଦୁ ଏବଂ ହିନ୍ଦୁ ଧର୍ମର ସମର୍ଥକମାନେ ଏବେ ହୋପଡ଼ିଛନ୍ତି ଅସୁରକ୍ଷିତ । ଗତ କିଛି ମାସ ହେବ ସେମାନଙ୍କ ଉପରେ ବାରମ୍ବାର ଧାର୍ମିକ ଆକ୍ରମଣ ଜାରି ରହିଛି।
ଗତ ବର୍ଷ ନବରାତ୍ର ସମୟରେ ମଧ୍ୟ କିଛି ଦୁର୍ଗା ପୂଜା ପେଣ୍ଡାଲ ଉପରେ କରାଯାଇଥିଲା ଆକ୍ରମଣ । ଏହି ସମୟରେ ଅନେକ ମନ୍ଦିର ଉପରେ ମଧ୍ୟ ହୋଇଥିଲା ଆକ୍ରମଣ। ଏହି ହିଂସାକାଣ୍ଡରେ ୨ ହିନ୍ଦୁଙ୍କ ସମେତ ୭ ଜଣଙ୍କର ମୃତ୍ୟୁ ହୋଇଥିଲା । ଏପରିକି ଢାକାସ୍ଥିତ ଇସ୍କନ ମନ୍ଦିର ଉପରେ ମଧ୍ୟ ସେତେବେଳେ କରାଯାଇଥିଲା ଆକ୍ରମଣ ।
ସୂଚନା ଥାଉକି , ବାଂଲାଦେଶର ମୋଟ ଜନସଂଖ୍ୟା ୧୬.୫ କୋଟି ଜ୍ଝ ତେବେ ସେମାନଙ୍କ ମଧ୍ୟରୁ ହିନ୍ଦୁ ଲୋକଙ୍କ ସଂଖ୍ୟା ମାତ୍ର ୯ ପ୍ରତିଶତ। ଗତ ୩-୪ ବର୍ଷ ମଧ୍ୟରେ ଅଳ୍ପସଂଖ୍ୟକ ହିନ୍ଦୁମାନଙ୍କ ଉପରେ ଆକ୍ରମଣ ମାମଲା ବୃଦ୍ଧି ପାଇଛି।