ସମ୍ବଲପୁର(ଏନଏନଏସ୍): ପୁଣି ସମ୍ବଲପୁରରେ ବଢିଲା ଇଣ୍ଟରନେଟ୍ କଟକଣା । ସୂଚନାଯୋଗ୍ୟ ଆହୁରି ୨୪ ଘଣ୍ଟା ଇଣ୍ଟରନେଟ୍ ସେବା ବନ୍ଦ ରହିବ । ଏନେଇ ଆସନ୍ତାକାଲି ସକାଳ ୧୦ଟା ପର୍ଯ୍ୟନ୍ତ ଇଣ୍ଟରନେଟ୍ ସେବା ବନ୍ଦ ରହିବ । ଯାହାଫଳରେ ସମସ୍ତ ମୋବାଇଲ୍ ସେବା ପ୍ରଦାନକାରୀଙ୍କ ସୋସିଆଲ ମିଡିଆ ପ୍ଲାଟଫର୍ମରେ ମଧ୍ୟ ସମସ୍ତ ସର୍ଭିସ୍ ବନ୍ଦ ରହିବ ।
ଏନେଇ ରାଜ୍ୟ ଗୃହ ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି ହୋଇଛି । ଶାନ୍ତି ବଜାୟ ରଖିବା ପାଇଁ ପ୍ରଶାସନ ପକ୍ଷରୁ ଏଭଳି ପଦକ୍ଷେପ ନିଆଯାଇଥିବା ସୂଚନା ଜାରି କରାଯାଇଛି ।