ସ୍ୱଚ୍ଛ ବାୟୁ, ମଣିଷ ତଥା ପୃଥିବୀର ସମସ୍ତ ଜୀବନ ପାଇଁ ଏକ ଜରୁରୀ ଆବଶ୍ୟକତା | ଦୁର୍ଭାଗ୍ୟବଶତଃ ଉନ୍ନବିଂଶ ଶତାବ୍ଦୀର ମଧ୍ୟଭାଗରୁ ଆରମ୍ଭ ହୋଇଥିବା ଶିଳ୍ପାୟନ ଆମ ବାୟୁ ଏବଂ ଜଳ ଉତ୍ସକୁ ବହୁ ମାତ୍ରାରେ ପ୍ରଦୂଷିତ କରିବାରେ ଲାଗିଛି । ଯାହା ଫୁସଫୁସ ଏବଂ ହୃଦୟକୁ ଭୟଙ୍କର ଭାବେ ପ୍ରଭାବିତ କରିଥାଏ । ବିଶେଷ କରି ଏହି କାରଣରୁ ବାର୍ଷିକ ଲକ୍ଷ ଲକ୍ଷ ଅକାଳ ମୃତ୍ୟୁ ଘଟିଥାଏ | ବାୟୁ ପ୍ରଦୂଷଣ ପୃଥିବୀର ସୂକ୍ଷ୍ମ ଇକୋସିଷ୍ଟମ, ଜୈବ ବିବିଧତା ଏବଂ ଜଳବାୟୁ ଉପରେ ମଧ୍ୟ ନକାରାତ୍ମକ ପ୍ରଭାବ ପକାଇ ଥାଏ । ଏହି ସମସ୍ୟାର ସମାଧାନ ପାଇଁ ମିଳିତ ଜାତିସଂଘର ସାଧାରଣ ସଭା (UNGA), ପକ୍ଷରୁ ସ୍ଥାୟୀ ବିକାଶ ଉପରେ ଏହାର ଚୌସ୍ତରୀ ତମ ଅଧିବେଶନରେ,୨୦୧୯ ଡିସେମ୍ବର ୧୯ ତାରିଖରେ ସେପ୍ଟେମ୍ବର 7 ତାରିଖକୁ ନୀଳ ଆକାଶ ପାଇଁ ଆନ୍ତର୍ଜାତୀୟ ସ୍ୱଚ୍ଛ ବାୟୁ ଦିବସ ରୂପେ ଘୋଷଣା କରାଯାଇଥିଲା । ଯାହା ବର୍ତ୍ତମାନ ସମଗ୍ର ବିଶ୍ୱ ତଥା ବ୍ୟକ୍ତିବିଶେଷଙ୍କ ଦ୍ୱାରା ପ୍ରତିବର୍ଷ ସେପ୍ଟେମ୍ବର 7 କୁ ଆନ୍ତର୍ଜାତୀୟ ସ୍ୱଚ୍ଛ ଵାୟୁ ଦିବସ ଭାବରେ ପ୍ରତିବର୍ଷ ପାଳନ କରାଯାଉଛି | ଏହିଦିନ ବାୟୁ ପ୍ରଦୂଷଣ ସମ୍ବନ୍ଧୀୟ ଜନସଚେତନାର ଗୁରୁତ୍ୱକୁ ସୂଚିତ କରାଇବା ସହିତ ସ୍ୱଚ୍ଛ ବାୟୁ ଜଳବାୟୁ ପରିବର୍ତ୍ତନର ଗମ୍ଭୀରତାକୁ ହ୍ରାସ କରିବାରେ ସାହାଯ୍ୟ କରିବା ବିଷୟରେ ଅବଗତ କରାଇବ । ଆନ୍ତର୍ଜାତୀୟ ସ୍ୱଚ୍ଛ ବାୟୁ ଦିବସର ଏହି ବର୍ଷ ପାଳନ ପାଇଁ “ସୁସ୍ଥ ବାୟୁ, ସୁସ୍ଥ ଗ୍ରହ” ମୁଖ୍ୟ ବିଷୟବସ୍ତୁ ଅଟେ। କାରଣ ପ୍ରତିବର୍ଷ ବିଭିନ୍ନ କାରଣରୁ ଦିନକୁ ଦିନ ବାୟୁ ପ୍ରଦୂଷଣର ମାତ୍ରା ବଢ଼ିବାରେ ଲାଗିଛି । ଶିଳ୍ପାନୁଷ୍ଠାନ ଗାଡି ଧୂଆଁ ଜଙ୍ଗଲ ପୋଡି ଭଳି ଅନେକ କାରଣ ରହିଛି । ଯେଉଁଥିପାଇଁ ବାୟୁମଣ୍ଡଳ ଅନେକ ମାତ୍ରାରେ ପ୍ରଭାବିତ ହେବାରେ ଲାଗିଛି । ଯାହା ଜୀବ ଜଗତକୁ ମଧ୍ୟ ନିଶ୍ଚୟ ପ୍ରଭାବିତ କରିବ। ସ୍ୱିସ୍ ସଂଗଠନର ବିଶ୍ୱ ବାୟୁ ଗୁଣବତ୍ତା ରିପୋର୍ଟ ୨୦୨୦ ଅନୁଯାୟୀ ବିଶ୍ୱ ର 30 ଟି ପ୍ରଦୂଷିତ ସହର ମଧ୍ୟରୁ ୨୨ ଟି ଭାରତରେ ଅଛି। ଯେଉଁଥିରେ ନୂଆଦିଲ୍ଲୀ ଅନ୍ତର୍ଭୁକ୍ତ, ଯାହା ତୃତୀୟ ବର୍ଷ ପାଇଁ ବିଶ୍ୱର ସବୁଠାରୁ ପ୍ରଦୂଷିତ ରାଜଧାନୀ ସହର ଭାବରେ ଦର୍ଶାଯାଇଛି। ଯାହା ନିଶ୍ଚିତ ଭାବେ ଏକ ଚିନ୍ତା ଜନକ ବିଷୟ ।
#internationaldayofcleanairforblueskies #NNSODIA