ମହିଳା ଓ ବାଳିକା ସହାୟକ ଗ୍ରାମପଞ୍ଚାୟତ ପ୍ରକଳ୍ପ କଙ୍କଡାହାଡ ବ୍ଲକ ପକ୍ଷରୁ ଜାତୀୟ କନ୍ୟା ସନ୍ତାନ ଦିବସ କଙ୍କଡାହାଡ ବ୍ଲକ ର କାନ୍ତୋଲ ଗ୍ରାମପଞ୍ଚାୟତ କାର୍ଯାଳୟ ଠାରେ ଅନୁଷ୍ଠିତ ହୋଇଯାଇଛି ଏହି କାର୍ଯ୍ୟକ୍ରମ କୁ ଆନୁଷ୍ଠାନିକ ଭାବେ କଙ୍କଡାହାଡ ବ୍ଲକ ର ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀମତୀ ବୁଲବୁଲ୍ ବେହେରା ଉଦ୍ଘାଟନ କରିଥିଲେ ଅନ୍ୟମାନଙ୍କ ମଧ୍ଯରେ ଢେଙ୍କାନାଳ ଜିଲ୍ଲାର ର ଅଗ୍ରଣୀ ସେଛ୍ବାସେବି ଅନୁଷ୍ଠାନ ତଥା ଢେଙ୍କାନାଳ ଜିଲ୍ଲାରେ UNFPA ଦ୍ବାରା ପ୍ରାୟୋଜିତ ତଥା ପ୍ରେମ ସହ ସହବନ୍ଧିତ ମହିଳା ଓ ବାଳିକା ସହାୟକ ଗ୍ରାମପଞ୍ଚାୟତ ପ୍ରକଳ୍ପ କୁ ଚଳାଉ ଥିବା ଶୋଭା ଅନୁଷ୍ଠାନର ମୁଖ୍ଯ ଶ୍ରୀଯୁକ୍ତ ଉଦୟେନ୍ଦୁ ମିଶ୍ର, କାନ୍ତୋଲ ସରପଞ୍ଚ ପାହାନ୍ତି ପାତ୍ର ,ଝିଲ ସରପଞ୍ଚ ସୁଶାନ୍ତ ସାହୁ କାନ୍ତୋଲ ର ସମିତି ସଭ୍ଯ ,ନାୟବ ସରପଞ୍ଚ, ଓଡ଼ିଶା ଜିବିକା ମିଶନ ର ଅଜୟ କୁମାର ସାହୁ ଆଇନା ଅନୁଷ୍ଠାନ ର କାର୍ଯ୍ୟକ୍ରମ ମୁଖ୍ୟ ଅନୁପମା ଶ୍ରୀରଙ୍ଗମ୍ ବିଶ୍ବ ରଂଜନ ବେହେରା ପ୍ରମୁଖ ଯୋଗ ଦେଇ କାର୍ଯ୍ୟକ୍ରମ ରେ ବାଲ୍ଯ ବିବାହ ଯୌତୁକ ପ୍ରଥା, ପୁଅ ଝିଅ ଭିତରେ ଭେଦଭାବ, ଲିଙ୍ଗ ନିରୂପଣ ଓ କନ୍ୟା ସନ୍ତାନ ର ଗୁରୁତ୍ୱ ସଂପର୍କରେ ମତବ୍ୟକ୍ତ କରିଥିଲେ କାର୍ଯ୍ୟକ୍ରମ ରେ ଅନୁଷ୍ଠିତ ଏକ ନୃତ୍ଯ ପ୍ରତିଯୋଗୀତା ର ବିଜୟୀ ମାନଙ୍କୁ ପୁରସ୍କୃତ କରାଯିବା ସହ ବ୍ଲକ ର ତିନି ଜଣ ସଫଳ ଝିଅ ଙ୍କୁ ସମ୍ମାନିତ କରାଯାଇ ଥିଲା
ଏହି କାର୍ଯ୍ୟକ୍ରମ ରେ ସମସ୍ତଙ୍କୁ ଟିକି ମାଉସି ଭିଡିଓ ଦେଖାଯିବା ସହ କନ୍ୟା ସନ୍ତାନ ର ଉନ୍ନତି ଓ ସୁରକ୍ଷା ପାଇଁ ଏକ ସପଥ ପାଠ ହୋଇଥିଲା। କାର୍ଯ୍ୟକ୍ରମ ରେ ଯୋଗଦେଇଥିବା ବିଡିଓ ନିଜର ବକ୍ତବ୍ଯ ରେ ଆଗାମି ଦିନରେ ସମସ୍ତ ସହଯୋଗ କରାଯିବ ବୋଲି ମତବ୍ୟକ୍ତ କରିଥିଲେ ଶୋଭା ର ମୂକ୍ଷ ଶ୍ରୀ ମିଶ୍ର କହିଲେ ସମସ୍ତଙ୍କ ସମନ୍ଵିତ ପ୍ରୟାସ ରେ ଏ କାର୍ଯ୍ୟକ୍ରମ ସଫଳ ରୂପାୟନ ହୋଇପାରିବ ତେଣୁ ଆମେ ସମସ୍ତେ ମିଶି କାମ କରିବା ଉଚିତ। ଏହି କାର୍ଯ୍ୟକ୍ରମ ରେ ଆଶା ଅଙ୍ଗନବାଡି କର୍ମି, ଶିକ୍ଷକ, shg ମହିଳା ତଥା କିଶୋରି ମାନେ ଯୋଗଦାନ କରିଥିଲା ବେଳେ ସମସ୍ତ crp ,କୃଷିମିତ୍ର, ପ୍ରାଣିମିତ୍ର କାନ୍ତୋଲ mbk ଓ ଆଇନା ର କର୍ମଚାରି ପରିଚାଳନା କରିଥିଲେ କାର୍ଯ୍ୟକ୍ରମ ରେ ମହିଳା ଓ ବାଳିକା ସହାୟକ ଗ୍ରାମପଞ୍ଚାୟତ ପ୍ରକଳ୍ପ କଙ୍କଡାହାଡ ବ୍ଲକ ର ସଂଯୋଜକ ରବିନାରାୟଣ ଷଡଙ୍ଗୀ ସଂଯୋଜନା ସହ ଧନ୍ୟବାଦ ଅର୍ପଣ କରିଥିଲେ।