ଦେଶରେ ଦାରିଦ୍ର୍ୟ ସୀମାରେଖା ତଳେ ଜୀବନ କାଟୁଥିବା ଲୋକଙ୍କ ତାଲିକାରେ ଓଡ଼ିଶା ହେଉଛି ସାତ ନମ୍ୱର । ୩୫ ପ୍ରତିଶତ ଲୋକ ଏବେ ବି ଗରିବ ଭାବେ ଗଣା ହେଉଛନ୍ତି । ରୋଜଗାର ମିଳୁନଥିବାରୁ ଗରିବି କମୁନି । ଦାରିଦ୍ର୍ୟ ଦୂରିକରଣ ପାଇଁ ସରକାର ଅନେକ ଯୋଜନା କରୁଛନ୍ତି, ହେଲେ ବାସ୍ତବରେ କଣ ଗରିବି ହଟିଛି ???ବାସ୍ତବରେ କଣ ସବୁ ଲୋକ ଦୁଇଓଳି ମୁଠାଏ ଖାଇବାକୁ ପାଉଛନ୍ତି ???? ‘ଅନ୍ତର୍ଜାତୀୟ ଦାରିଦ୍ର୍ୟ ଦୂରୀକରଣ ଦିବସ’ରେ ରାଜ୍ୟରେ ଗରିବ ଗଣନାର ଗଣିତକୁ ନେଇ ଏନଏନଏସ ଓଡିଆର ସ୍ପେଶାଲ ରିପୋର୍ଟ | ପ୍ରାଚୁର୍ଯ୍ୟ ଭାରତରେ ଭୋକର ବିକଳ ଭୋକର ଭୂଗୋଳରେ ଆଉଟୁ ପାଉଟୁ ସାଧାରଣ ଜନତା। ଓଳିଏ ଖାଇଲେ ଓଳିଏ ଉପାସ, ନା ଅଛି ରୋଜଗାର ନା ଅଛି ସରକାରୀ ସହାୟତା । ଛୋଟ ଛୁଆ କୁ ଧରି କେତେବେଳେ ଦୟନୀୟ ଅବସ୍ଥାରେ ଦିନ କାଟୁଛି ମା ଟିଏ ତ;; ଆଉ କେତେବଳେ ରୋଗିଣା ବାପ ମାଆକୁ ଧରି ଫୁଟପାଥ ରେ ଦିନ କାଟୁଛି ବଢ଼ିଲା ଝିଅଟିଏ। ସରକାରଙ୍କର ମାଳମାଳ ଯୋଜନା ଥାଇ ସୁଦ୍ଧା ମୌଳିକ ସୁବିଧାରୁ ବଞ୍ଚିତ ହେଉଛନ୍ତି ସାଧାରଣ ଜନତା। ଯାହାକି ବିକାଶର ବାସ୍ତବ ଚିତ୍ର ସ୍ପଷ୍ଟ ପ୍ରତିପାଦନ କରୁଛି। ଭୋକର ଭୂଗୋଳରେ ଫସି ଯାଇଛନ୍ତି ଅନେକ ନିଷ୍ପପ ଶିଶୁ। ନା ଅଛି ବାପା ମାଆ ର ପରିଚୟ!! ନା ଅଛି ବଞ୍ଚିବାକୁ ରାହା!! ଏମିତିକି ଭୋକ ବିକଳରେ ଅଇଁଠା ପତ୍ର ବି ଚାଟିବାକୁ ପଛାଉ ନାହାନ୍ତି।
ସ୍ୱାଧୀନତାର ଦୀର୍ଘ ୭୫ ବର୍ଷ ପରେ ମଧ୍ୟ ଲୋକଙ୍କୁ ମିଳୁନି ଦିନକୁ ଦୁଇ ମୁଠା ଖାଦ୍ୟ । ଦୁର୍ଗମ ଅଞ୍ଚଳରେ ବିକାଶ ପହଞ୍ଚି ନଥିବା ବେଳେ ଲୋକ ସମସ୍ତ ସୁବିଧା ସୁଯୋଗରୁ ବଞ୍ଚିତ ହୋଇ ରହିଛନ୍ତି।ଯାହାକି ପ୍ରଚୁର୍ଯ୍ୟ ଭିତରେ ଭୋକର ବିକଳ କୁ ସ୍ପଷ୍ଟ ପ୍ରତିପାଦନ କରୁଛି। କିନ୍ତୁ ଏ ଦେଶରେ ମାଳ ମାଳ ନେତା ମନ୍ତ୍ରୀଙ୍କ ସହ ମାଳମାଳ ଯୋଜନା। ହେଲେ ଯୋଜନାରୁ ବଞ୍ଚିତ ହେଉଛନ୍ତି ପ୍ରକୃତ ଗରିବ ହିତାଧୀକାରୀ। ଇଲେକ୍ସନ ସମୟରେ ପ୍ରତିଶ୍ରୁତି ର ପାହାଡ ଦେଖାଇ ନୋଟ ଦେଇ ଭୋଟ କିଣୁଛନ୍ତି କିନ୍ତୁ ତାପରେ ପ୍ରତିଶ୍ରୁତି ର ପାହାଡ ଦେଖିଥିବା ଗରିବଟିଏ ଭୋକରେ ଆଉଟୁ ପାଉଟୁ ହୋଇ ପ୍ରାଣ ହରାଉଛି। ଆଜିର ଦିନରେ ସମାଜର ବଡ଼ପଣ୍ଡା, ତଥା ରାଜନେତା, ସରକାରୀ କର୍ମଚାରୀ ଆଉ ଶିଳ୍ପପତି ମାନଙ୍କର କେବଳ ପରିସ୍ଥିତି ବଦଳିଛି,ହେଲେ ଗରିବ ଟିଏ କାଲି ଜେଉଁ ପରିସ୍ଥିତି ଦେଇ ଗତି କରୁଥିଲା ଆଜି ବି ସମାନ ସ୍ଥିତି ଦେଇ ଗତି କରୁଛି।ଆମ ଦେଶର ରାଜନେତା ମାନେ ବଡ ବଡ ପଞ୍ଚତାରକା ହୋଟେଲ ରେ ଗୀତ ନାଚ ର ତାଳେ ତାଳେ ମଦ ମାଂସ ଉପଭୋଗ କରୁଥିବା ସମୟରେ ସେହି ଦେଶର ନାଗରିକ ଟିଏ କୁକୁର ସହ ଆବର୍ଜନାରେ ଅଇଁଠା ପତ୍ର ଚାଟିବାକୁ ବି ପଛାଉ ନାହାଁନ୍ତି। ଧନୀ, ଶିଳ୍ପପତି, ରାଜନେତା ମାନେ ଜନସାଧାରଣଙ୍କ ଟଙ୍କାରେ ଦାମୀ ଦାମୀ କପଡା ପରିଧାନ କରି ବଡ ବଡ ବହୁତଳ ପ୍ରାସାଦ , ବଙ୍ଗଳାରେ ରହୁଥିବା ବେଳେ ଗରିବଟିଏ ଲଜ୍ୟା ନିବାରଣ ପାଇଁ ପୋଷାକ ଟିଏବି ପାଏନି,ମୁଣ୍ଡ ଗୁଞ୍ଜିବାକୁ ଚାଳିଆଟିଏ କରିବାକୁ ମଧ୍ୟ ସକ୍ଷମ ହୋଇନଥାନ୍ତି, ଗଛ ତଳେ, ଫୁଟପାଥରେ ଦିନ କାଟୁଥିବାର ଦୃଶ୍ୟ ମଧ୍ୟ ଦେଶର ସ୍ଵାଧୀନତା କୁ ଆଙ୍ଗୁଠି ଉଠାଇ ଉପହାସ କରୁଛି। ସେପଟେ ଦାରିଦ୍ର୍ୟ ସୀମା ରେଖା ତାଲିକାରେ ସମଗ୍ର ଦେଶରେ ସପ୍ତମ ସ୍ଥାନରେ ରହିଛି ଓଡ଼ିଶା । ସେହିପରି ବିଧାନସଭାରେ ଉପସ୍ଥାପିତ ହୋଇଥିବା ଓଡ଼ିଶା ଇକୋନୋମିକ ସର୍ଭେ ୨୦୧୯-୨୦ ଅନୁସାରେ ରାଜ୍ୟରେ ୩୫.୭ ପ୍ରତିଶତ ଦାରିଦ୍ର୍ୟ ସୀମାରେଖା ତଳେ ରହୁଥିବା ବେଳେ ଦେଶରେ ୨୫.୭ ପ୍ରତିଶତ ଲୋକ ରହୁଛନ୍ତି । ଲୋକମାନଙ୍କୁ କାମ ନ ମିଳିବା ଦ୍ୱାରା ବଢୁଛି ଦାରିଦ୍ର୍ୟ । ରୋଜଗାର ଖୋଜୁଥିବା ଲୋକଙ୍କ ଭିତରୁ ମନେରେଗାରେ ପ୍ରାୟ ୧୫ ପ୍ରତିଶତ ଲୋକଙ୍କୁ କାମ ମିଳୁନି । ରାଜ୍ୟର ୮୫.୮ ପ୍ରତିଶତ ଲୋକ କାମ ପାଉଛନ୍ତି । ମିଜୋରାମରେ ସବୁଠୁ ଅଧିକ ୯୯.୯ ପ୍ରତିଶତ ଲୋକଙ୍କୁ ମନରେଗାରେ କାମ ମିଳୁଥିବା ବେଳେ ଦେଶରେ ଏହି ହାର ରହିଛି ୮୫.୩ ପ୍ରତିଶତ । ଅନ୍ୟପଟେ ଗରିବ ସୀମାରେଖା ତଳେ ଥିବା ଲୋକଙ୍କୁ ପକ୍କା ଘର ବି ମିଳୁନି । ଏସଡ଼ିଜି ଇଣ୍ଡିଆ ଇଣ୍ଡେକ୍ସ ରିପୋର୍ଟ-୨୦୧୯ ଅନୁସାରେ ରାଜ୍ୟରେ ୧୪.୨ ପ୍ରତିଶତ ଲୋକ ବର୍ତ୍ତମାନ ମଧ୍ୟ କଚ୍ଚା ଘରେ ରହିଛନ୍ତି, କିନ୍ତୁ ସମଗ୍ର ଦେଶରେ ଏହା ୪.୨ ପ୍ରତିଶତ ରହିଛି । ପକ୍କା ଘର ନମିଳିବା ତାଲିକାରେ ସମଗ୍ର ଦେଶରେ ଦ୍ୱିତୀୟ ସ୍ଥାନରେ ଓଡ଼ିଶା । ଏସବୁ ଭିତରେ ଆଜି ସମଗ୍ର ବିଶ୍ୱ ପାଳୁଛି ‘ଅନ୍ତର୍ଜାତୀୟ ଦାରିଦ୍ର୍ୟ ଦୂରୀକରଣ ଦିବସ’ । କିନ୍ତୁ ଭୋକର ଭୂଗଳରେ ହଜିଯାଉଛନ୍ତି ଅନେକ ଲୋକ । ଯାହା ପାଖରେ ପହଞ୍ଚିପାରୁନି ସରକାରଙ୍କ ସହାୟତା । ତେବେ ଏଠାରେ ପ୍ରଶ୍ନ ଉଠୁଛି ସରକାରଙ୍କ ମାଳ, ମାଳ ଯୋଜନା କାହା ପାଇଁ ? ଯଦି ସରକାରଙ୍କ ଯୋଜନା ଠିକ ଭାବରେ କାର୍ଯ୍ୟ କରୁଛି, ତେବେ ବାସ୍ତରେ ଲୋକମାନେ କାହିଁକି ହେଉଛନ୍ତି ବଞ୍ଚିତ ? ସରକାରଙ୍କ ଯୋଜନା ଓ ପ୍ରତିଶ୍ରୁତିର ମଧୁଚନ୍ଦ୍ରିକାରେ କେବଳ ଫସୁଛନ୍ତି ତ ସାଧରଣ ଲୋକେ। ବ୍ୟୁରୋ ରିପୋର୍ଟ୍ ଏନଏନଏସ ଓଡ଼ିଆ