ଭୁବନେଶ୍ୱର(ଏନଏନଏସ୍): ରାଜ୍ୟରେ ବଢୁଛି ତାତି । ଅସମ୍ଭାଳ ତାତି ସାଙ୍ଗକୁ ଗୁଳୁଗୁଳିରେ ପଶ୍ଚିମ ଓଡିଶା । ଆସନ୍ତା ୪ଦିନ ଯାଏ ଆହୁରୀ ବଢିବ ତାତି । ଏନେଇ ଭୁବନେଶ୍ୱରରେ ତାପମାତ୍ରା ୪୦.୪ ଡିଗ୍ରୀ ରେକର୍ଡ କରାଯାଇଥିବା ବେଳେ ଝାରସୁଗୁଡାରେ ୪୦.୨ଡିଗ୍ରୀ, କେନ୍ଦୁଝରରେ ୩୯.୨ ଡିଗ୍ରୀ, ସମ୍ବଲପୁରରେ ୩୮.୬ ଡିଗ୍ରୀ , ହୀରାକୁଦ ରେ ୩୭.୪ ଡିଗ୍ରୀ , ଗୋପାଳପୁରରେ ୩୪.୬ ଡିଗ୍ରୀ ,ପୁରୀରେ ୩୪.୨ ଡିଗ୍ରୀ, ପାରାଦ୍ୱୀପରେ ୨୮.୦ ଡିଗ୍ରୀ ରେକର୍ଡ କରାଯାଇଛି ।
ଆସନ୍ତା ୨୧ ତାରିଖ ପରେ ପାଣିପାଗ ପରିବର୍ତ୍ତନ ହେବ ବୋଲି ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଜାରି କରଯାଇଛି । ଆଜି ମାଲକାନଗିରି, କୋରାପୁଟ , ରାୟଗଡା, ନବରଙ୍ଗପୁର, ବାଲେଶ୍ୱର, ଭଦ୍ରକ, ମୟୁରଭଞ୍ଜ, କେନ୍ଦୁଝର ଓ କନ୍ଧମାଳ ରେ ଘଡଘଡି ସହ ବର୍ଷା ନେଇ ୟୋଲୋ ୱଂର୍ଣ୍ଣି ଜାରି ରହିଛି । ଗଞ୍ଜାମ, ପୁରୀ , ଜଗସିଂହପୁର ଓ ସମ୍ବଲପୁର ରେ ଗ୍ରୀଷ୍ମ ପ୍ରଭାବ ଜାରି ନେଇ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସୂଚନା ପ୍ରକାଶ ପାଇଛି ।