କ୍ୟାନସର ରୋଗୀଙ୍କ ପାଇଁ ସାହାରା ପାଲଟିଛି ଇନ୍ତାସ ଫାଉଣ୍ଡେସନ ।ଅନ୍ୟ ଜିଲ୍ଲା ତଥା ଦୂର ଦୂରାନ୍ତରୁ ଆସୁଥିବା କ୍ୟାନସର ରୋଗୀଙ୍କ ପାଇଁ ସମସ୍ତ ସୁବିଧା ଯୋଗାଇ ଦେଉଛି ଇନ୍ତାସ ଫାଉଣ୍ଡେସନ । ସେମାନଙ୍କ ରହିବା ଖାଇବାଠାରୁ ଆରମ୍ଭ କରି ହସ୍ପିଟାଲ ଯିବା ଆସିବା ଖର୍ଚ୍ଚ ପର୍ଯ୍ୟନ୍ତ ଏହା ସମସ୍ତ ଖର୍ଚ୍ଚ ବହନ କରୁଛି । ତେବେ ରୋଗୀମାନେ କଟକ ସିଡିଏସ୍ଥିତ ଆପନା ଘରରେ ରହି ଫାଉଣ୍ଡେସନର ସମସ୍ତ ସୁବିଧା ପାଉଛନ୍ତି ।ଏହାରି ଭିତରେ ଇନ୍ତାସ ଫାଉଣ୍ଡେସନ ତାହାର ଦ୍ୱିତୀୟ ବାର୍ଷିକୋତ୍ସବ ପାଳନ କରିସାରିଛି ।ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଡ. ପ୍ରଜ୍ଞା ପରିମିତା ମିଶ୍ର ଯୋଗ ଦେଇ ରୋଗୀମାନଙ୍କୁ କିପରି ଖାଇବା, ମେଡିସିନ ଖାଇବା ସହ କିଭଳି ଭାବେ ଇନ୍ତାସ ଫାଉଣ୍ଡେସନର ସାହାଯ୍ୟ ନେଇପାରିବେ ସେନେଇ ପରାମର୍ଶ ଦେଇଥିଲେ ।