କରୋନା ନୂଆ ଭାରିଏଣ୍ଟ ବିପଦ ବଢ଼ିବାକୁ ଲାଗିଲା । ଭାରତରେ ଆଜି ୨ ଜଣ ଓମିକ୍ରନ୍ ରୋଗୀ ଚିହ୍ନଟ ହୋଇଛନ୍ତି । କର୍ଣ୍ଣାଟକର ଦୁଇ ଜଣ ବ୍ୟକ୍ତି ନୂଆ ଭାରିଏଣ୍ଟ ଓମିକ୍ରନରେ ଆକ୍ରାନ୍ତ ହୋଇଛନ୍ତି । ଭାରତରେ ଓମିକ୍ରନ୍ ରୋଗୀ ଚିହ୍ନଟ ହୋଇଥିବା ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ପ୍ରକାଶ କରାଯାଇଛି । ଓମିକ୍ରନରେ ସଂକ୍ରମଣ ହୋଇଥିବା ଦୁଇ ବ୍ୟକ୍ତିଙ୍କ ମଧ୍ୟରୁ ଜଣଙ୍କୁ ୬୪ ବର୍ଷ ଓ ଅନ୍ୟ ଜଷର ୪୬ ବର୍ଷୀୟ ବୋଲି ଜଣାଯାଇଛି । ଦୁଇଜଣଙ୍କୁ ଆଇସୋଲେସନରେ ରଖାଯାଇ ଚିକିତ୍ସା କରାଯାଉଛି । ନୀତି ଆୟୋଗର ସଦସ୍ୟ ବିକେ ପାଲ୍ କହିଛନ୍ତି ଓମିକ୍ରନ୍ ଏବେ ସୁଦ୍ଧା ୨୯ଟି ଦେଶରେ ନିଜର କାୟା ବିସ୍ତାର କରିସାରିଲାଣି । ମୋଟ ୩୭୩ ମାମଲା ସାମ୍ନାକୁ ଆସିଲାଣି । ତେବେ ଏହି ନୂଆ ଭାରିଏଣ୍ଟ ପୂର୍ବ ଭାଇରସ୍ ଅପେକ୍ଷା ୫ଗୁଣ ଅଧିକ ଭାବେ ସଂକ୍ରମିତ ହେବାରେ ଲାଗିଛି ବୋଲି ସେ କହିଛନ୍ତି ।