ଏନଏନଏସ୍: ଏସିଆର ପ୍ରଥମ ଏଭରେଷ୍ଟ୍ ଶୃଙ୍ଗ ଆରୋହିଣୀଙ୍କ ମୃତ୍ୟୁ । ସୂଚନାଯୋଗ୍ୟ ନୂଆ ବିଶ୍ବ ରେକର୍ଡ କରିବା ଲକ୍ଷ୍ୟରେ ବାହାରିଥିବା ଜଣେ ଭାରତୀୟ ମହିଳା ବେସ୍ କ୍ୟାମ୍ପ୍ ରେ ଅସୁସ୍ଥ ହୋଇ ଗୁରୁବାର ଦିନ ମୃତ୍ୟୁବରଣ କରିଛନ୍ତି । ବେସ୍ କ୍ୟାମ୍ପ୍ ରେ ଏଭରେଷ୍ଟ୍ ଶୃଙ୍ଗ ଆରୋହଣ ସମୟରେ କଷ୍ଟ ଅନୁଭବ କରୁଥିବା ଜଣାପଡ଼ିବା ପରେ ‘ପେସମେକର୍’ ଲାଗିଥିବା ସୁଜାନିଙ୍କୁ ଆରୋହଣ ଉଦ୍ୟମ ପରିତ୍ୟାଗ କରିବାକୁ କୁହାଯାଇଥିଲା। କିନ୍ତୁ ସୁଜାନି ଦୃଢତାର ସହ ଆରୋହଣ ଉଦ୍ୟମ ଜାରି ରଖିଥିଲେ । ଏନେଇ ନେପାଳର ପର୍ଯ୍ୟଟନ ବିଭାଗ ସୂଚନା ଜାରି କରିଛି ।
ନେପାଳ ପର୍ଯ୍ୟଟନ ବିଭାଗର ନିର୍ଦେଶକ ଯୁବରାଜ ଖତିୱାଡ଼ା କହିଛନ୍ତି, ଏଭରେଷ୍ଟ୍ ଶୃଙ୍ଗ ବେସ୍ କ୍ୟାମ୍ପ୍ରେ ଆରୋହଣ ଅଭ୍ୟାସ ସମୟରେ ଭାରତୀୟ ମହିଳା ସୁଜାନ୍ ଲିଓପୋଲାଣ୍ଡିଆ ଜେଜସ୍ ଅସୁସ୍ଥ ହୋଇପଡ଼ିଥିଲେ । ଅସୁସ୍ଥତା କାରଣରୁ ତାଙ୍କୁ ସୋଲୁଖୁମ୍ବୁ ଜିଲ୍ଲା ଅନ୍ତର୍ଗତ ଲୁକ୍ଲା ନଗରୀସ୍ଥିତ ଏକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ଗତକାଲି ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି।