<h3>ଯୁଦ୍ଧର ଆଜି ପଞ୍ଚମ ଦିନ | ଚାଲିଛି ଜୋରଦାର ଲଢେଇ | ୟୁକ୍ରେନରେ ଫସିଥିବା ଭାରତୀୟ ଛାତ୍ରଛାତ୍ରୀ ଡାକୁଛନ୍ତି ତ୍ରାହି ତ୍ରାହି | ଆତଙ୍କିତ ଅବସ୍ଥାରେ କାଟୁଛନ୍ତି ଦିନ । ୟୁକ୍ରେନ ସୀମା ନିକଟରେ ଛାତ୍ରଛାତ୍ରୀଙ୍କ ଉପରେ ହେଉଛି ଅକଥନୀୟ ଅତ୍ୟାଚାର | ଗୋରୁଗାଈ ଭଳି ପିଟୁଛନ୍ତି ୟୁକ୍ରେନ ସେନା | ଲାଠିରେ ପିଟି ପିଟି କରିଦେଉଛନ୍ତି ଲହୁଲୁହାଣ | କିଭଳି ନିଜ ଜନ୍ମମାଟିକୁ ଫେରିବେ ଖୋଜୁଛନ୍ତି ରାହା | ଛାତ୍ରଛାତ୍ରୀଙ୍କ ଉପରେ ହେଉଥିବା ଏହି ନିର୍ଯାତନାର ଭିଡ଼ିଓ ଏବେ ଆସିଛି ସାମ୍ନାକୁ । ସେଠାରୁ ସେମାନଙ୍କୁ ମୁକୁଳାଇବା ପାଇଁ ଭିଡିଓ ଜରିଆରେ କରୁଣ ନିବେଦନ କରୁଛନ୍ତି ଭାରତୀୟ ଛାତ୍ରଛାତ୍ରୀ ।</h3> https://youtu.be/nDGFrd9X8Vg <h3>ଏଭଳି ସଙ୍କଟ ସମୟରେ ଚାଲି ଚାଲି ରୋମାନିଆର ସୀମାରେ ପହଞ୍ଚିଛନ୍ତି ବହୁ ସଂଖ୍ୟକ ଭାରତୀୟ ଛାତ୍ରଛାତ୍ରୀ | କିନ୍ତୁ ସେମାନଙ୍କୁ ରୋମାନିଆର ସୀମାରେ ପ୍ରବେଶ କରିବାକୁ ଦିଆଯାଉନି | ୟୁକ୍ରେନ ସୀମା ନିକଟରେ ଜଗିଥିବା ପୋଲିସ ସେମାନଙ୍କ ଉପରେ କରୁଛନ୍ତି ଅକଥନୀୟ ଅତ୍ୟାଚାର | ୟୁକ୍ରେନର ଶେହାୟାନି ସୀମାରେ ବିଶେଷକରି ଛାତ୍ରମାନଙ୍କ ଉପରେ ଅତ୍ୟାଚା ହେଉଥିବା ଅଭିଯୋଗ ଆସିଛି | ଜଣେ ଛାତ୍ର ଏକ ଅଡିଓ କ୍ଲିପ୍ ମାଧ୍ୟମରେ ସରକାର ସେମାନଙ୍କୁ ଜଲ୍ଦି ଉଦ୍ଧାର କରିବା ପାଇଁ କରିଛନ୍ତି ଗୁହାରି | ସେ କହିଛନ୍ତି ରୋମାନିଆକୁ ପ୍ରବେଶ କରିବା ପାଇଁ ବହୁ କାକୁତିମିନତି ପରେ କେବଳ ଭାରତୀୟ ଛାତ୍ରୀମାନଙ୍କୁ ଭିତରକୁ ଯିବାକୁ ଅନୁମତି ଦିଆଗଲା | ଏହା ପରେ ପୋଲିସ ସେଠାରେ ପହଞ୍ଚି ଭାରତୀୟ ଛାତ୍ରମାନଙ୍କୁ ବହୁତ ମାଡ ମାରିଥିଲା।</h3>