ଆଜି ଦୁଇଟି ଟ୍ରେନ୍ ମଧ୍ୟରେ ହେବ ମୁହାଁମୁହିଁ ଧକ୍କା | ଏହି ସମୟରେ ଗୋଟିଏ ଟ୍ରେନରେ ରହିବେ ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ | ସେହିଭଳି ଅନ୍ୟ ଟ୍ରେନରେ ରହିବେ ରେଳ ବୋର୍ଡର ଚେୟାରମ୍ୟାନ୍। ଆପଣଙ୍କୁ ଶୁଣି ଆଶ୍ଚର୍ଯ୍ୟ ଲାଗୁଥିବା ନା ? ଟ୍ରେନରେ ଥିବେ ରେଳ ମନ୍ତ୍ରୀ ପୁଣି ଜାଣିଶୁଣି ଟ୍ରେନକୁ କିପରି କରାଯିବ ଦୁର୍ଘଟଣା | କିନ୍ତୁ ଭୟ କରିବାର କିଛି ନାହିଁ, ପ୍ରକୃତରେ ରେଳ ମନ୍ତ୍ରଣାଳୟ ପକ୍ଷରୁ ଆଜି ସ୍ୱଦେଶୀ ଟ୍ରେନ୍ ଧକ୍କା ସୁରକ୍ଷା ପ୍ରଯୁକ୍ତିବିଦ୍ୟା ‘କଵଚ୍’ର ପରୀକ୍ଷଣ କରାଯିବ | ଦ୍ରୁତ ଗତିରେ ଆସୁଥିବା ଦୁଇଟି ଟ୍ରେନ୍ ମଧ୍ୟରେ ଦୁର୍ଘଟଣା କରିବାକୁ ପ୍ରୟାସ କରାଯିବ | କିନ୍ତୁ ଏହାକୁ ସୁରକ୍ଷା ଦେବ ସ୍ୱଦେଶୀ କବଚ । ଯେତେ ପ୍ରତିକୂଳ ପରିସ୍ଥିତି ହେଉ ନା କାହିଁକି ଏହି ସ୍ୱଦେଶୀ କବଚ ଦୁଇ ଟ୍ରେନ ମଧ୍ୟରେ ଧକ୍କା ହେବାକୁ ଦେବ ନାହିଁ ବୋଲି ଭାରତୀୟ ରେଳ ମନ୍ତ୍ରଣାଳୟର ରହିଛି ବିଶ୍ୱାସ ।
ଭାରତୀୟ ରେଳ କ୍ରମାଗତ ଭାବରେ ଏହାର ସେବା ଏବଂ ପ୍ରଯୁକ୍ତିବିଦ୍ୟା ବିକାଶ କରିବାରେ ଲାଗିଛି | ଭାରତୀୟ ରେଳବାଇ ପାଇଁ ଆଜି ଏକ ଐତିହାସିକ ଦିନ ହେବାକୁ ଯାଉଛି। ହାଇ ସ୍ପୀଡ଼ରେ ଆସୁଥିବା ଦୁଇଟି ଟ୍ରେନ ମଧ୍ୟରେ ମୁହାଁମୁହିଁ ଧକ୍କା ପାଇଁ କରାଯିବ ପ୍ରୟାସ | କିନ୍ତୁ ‘ସ୍ୱଦେଶୀ କବଚ ‘ ହେତୁ ଏହି ଦୁଇଟି ଟ୍ରେନ୍ ଧକ୍କା ହେବେ ନାହିଁ | ଏହି ପରୀକ୍ଷଣ ସିକନ୍ଦରାବାଦରେ କରାଯିବ | ସନତନଗର-ଶଙ୍କରପାଲି ମାର୍ଗରେ ସିଷ୍ଟମର ପରୀକ୍ଷଣରେ ସାମିଲ ହେବା ପାଇଁ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ସିକନ୍ଦରାବାଦରେ ପହଞ୍ଚିବେ ବୋଲି ରେଲୱେ ଅଧିକାରୀ ସୂଚନା ଦେଇଛନ୍ତି। । ବହୁ ବର୍ଷର ରିସର୍ଚ୍ଚ ପରେ ରେଳ ମନ୍ତ୍ରଣାଳୟ ଏହି ଟେକ୍ନୋଲୋଜିର ବିକାଶ କରିଛି | ଭାରତୀୟ ରେଳ ମନ୍ତ୍ରଣାଳୟ ଦ୍ୱାରା ବିକଶିତ ହୋଇଥିବା ଏହି କବଚ ଟେକ୍ନୋଲୋଜି ଦୁନିଆର ସବୁଠାରୁ ଶସ୍ତା ଅଟୋମେଟିକ୍ ଟ୍ରେନ୍ ଦୁର୍ଘଟଣା ସୁରକ୍ଷା ବ୍ୟବସ୍ଥା ବୋଲି କୁହାଯାଉଛି | ଏହି ଟେକ୍ନୋଲୋଜି ରେଳ ବିଭାଗକୁ ‘ଜିରୋ ଦୁର୍ଘଟଣା’ର ଲକ୍ଷ୍ୟ ହାସଲ କରିବାରେ ସାହାଯ୍ୟ କରିବ |