ରାଜପଥରେ ଗଣତନ୍ତ୍ର ଦିବସ ପରେଡ୍ର ରିହର୍ସଲ ଚାଲିଛି। ତିନି ସେନାର ବ୍ୟାଣ୍ଡ୍ ଅନ୍ତିମ ପ୍ରଦର୍ଶନ ପାଇଁ ପ୍ରତିଦିନ ଅଭ୍ୟାସ କରୁଛନ୍ତି । ଆଜି ନୂଆଦିଲ୍ଲୀର ରାଜପଥରେ ଫୁଲ୍ ଡ୍ରେସ୍ ରିହର୍ସାଲ୍ ପରେଡ୍ ହୋଇଥିଲା | ତେବେ ବିରତି ସମୟରେ ବିଜୟ ଚୌକଠାରେ ନୌସେନାର ବ୍ୟାଣ୍ଡ ବଲିଉଡ ଗୀତ ‘ମୋନିକା ଓ ମାଇ ଡାର୍ଲିଂ’ ଧୂନ ବଜାଇବାରୁ ସୈନିକମାନେ ନାଚିବା ଆରମ୍ଭ କରିଦେଇଥିଲେ । ଭିଡିଓରେ ନୌସେନାର ଅଧିକାରୀମାନେ ସେନା ୟୁନିଫର୍ମ ପିନ୍ଧିଥିବା ଏବଂ ରାଇଫଲ ଧରିଥିବା ସହ ଧୁନର ତାଳେ ତାଳେ ଝୁମି ଉଠୁଥିବା ଦେଖିବାକୁ ମିଳିଛି |
ଏହାର ଏକ ଭିଡିଓ ସାମାଜିକ ଗଣମାଧ୍ୟମରେ ଭାଇରାଲ୍ ହୋଇଛି। ମାଇଗଭ୍ ଇଣ୍ଡିଆ ଆପରେ ଅଧିକାରୀକ ଟ୍ଵିଟ୍ ହ୍ୟାଣ୍ଡେଲ୍ରୁ ସେୟାର ଭିଡିଓରେ ‘ମୋନିକା…ଓ ମାଇଁ ଡାର୍ଲିଂ’ ଗୀତର ଧୂନ ଶୁଣିବାକୁ ମିଳିଛି। ଏହି 2.25 ମିନିଟର ଲମ୍ବା ଭିଡିଓ ବର୍ତ୍ତମାନ ପର୍ଯ୍ୟନ୍ତ ପ୍ରାୟ 2.5 ଲକ୍ଷ ଲୋକ ଦେଖିସାରିଲାଣି |
ତେବେ ଭିଡିଓ ସେୟାର ହେବା ପରେ ଏହାକୁ ନେଇ ମିଶ୍ରିତ ପ୍ରତିକ୍ରିୟା ଆସିବାରେ ଲାଗିଛି । ବିରୋଧୀଙ୍କୁ ନୌସେନା ବ୍ୟାଣ୍ଡର ମୋନିକା ମାଇଁ ଡାର୍ଲିଂ ଭର୍ସନ ପସନ୍ଦ ଆସିନଥିବା ବେଳେ ସମର୍ଥକ କହୁଛନ୍ତି ସୈନିକଙ୍କର ମଧ୍ୟ ଜୀବନକୁ ଉପଭୋଗ କରିବାର ଅଧିକାର ଅଛି । ତେଣୁ ଏହାକୁ ନେଇ ଏତେ ରାଜନୀତିର ଆବଶ୍ୟକତା ନାହିଁ । କଂଗ୍ରେସ, ତୃଣମୂଳ କଂଗ୍ରେସ୍, ଆମ ଆଦମୀ ପାର୍ଟି ସମେତ ଅନେକ ବିରୋଧୀ ଦଳର ନେତା ବଲିଉଡର ଏହି ଧୂନ ଉପରେ ଆପତ୍ତି ଉଠାଇଛନ୍ତି ।
What a sight! This video will definitely give you goosebumps!🇮🇳 🇮🇳
Are you ready to witness the grand 73rd Republic Day celebrations with us? Register now and book you e-Seat today! https://t.co/kJFkcXoR2K @DefenceMinIndia @AmritMahotsav pic.twitter.com/3WZG30DWQ0— MyGovIndia (@mygovindia) January 22, 2022